Monday, August 01, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଆରାଧି ଯେ ନଚିକେତ ଅଗ୍ନି ଯଜମାନ 
ଦୁଃଖ-ସିନ୍ଧୁ ପାରେ ଲଭେ ମହାପୁଣ୍ୟ ସ୍ଥାନ ।

ସେ ଅଗ୍ନିର ତତ୍ତ୍ୱ ବୁଝି ବିହିତ ଚୟନେ
ସମର୍ଥ ସକଳେ ଆମ୍ଭେ ରଖ ଏହା ମନେ ।

ଭବାର୍ଣ୍ଣବ ଆରପାରେ ନାହିଁ ଯହିଁ ଭୟ 
ଯାଏ ଜ୍ଞାନୀଜନ ଲଭି ଯେ ବ୍ରହ୍ମ ଆଶ୍ରୟ ।

ସେ ପର ଅକ୍ଷର ବ୍ରହ୍ମତତ୍ତ୍ୱ ଅଭିଜ୍ଞାନେ 
ସକ୍ଷମ ହେ ନଚିକେତ, ସର୍ବେ ଆମ୍ବେମାନେ ।

ଜୀବାତ୍ମା ଅପର ବ୍ରହ୍ମ ମିଳେ କର୍ମଫଳେ 
ଲଭଇ ପରମବ୍ରହ୍ମ ଜ୍ଞାନୀ ଜ୍ଞାନବଳେ । (ନ.ଉ. ୧।୩। ୧୮) 

No comments:

Post a Comment