Saturday, August 13, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୧୧



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଅବ୍ୟକ୍ତ ପ୍ରକୃତି ନିତ୍ୟ ରହିଛି ଜଡ଼ିତ
ଓତପ୍ରୋତ ଭାବେ ପୂର୍ଣ୍ଣ ପରାତ୍ମା ସହିତ ।

ସୂକ୍ଷ୍ମ ବଟବୀଜ ଦେହେ ପ୍ରଚ୍ଛନେ ଯେ ମତି
ନିହିତ ବିଶାଳ ଦୃମ ଅଭୂତ ଶକତି ।

ଅବ୍ୟକ୍ତ ପ୍ରକୃତି ପରେ ପୁରୁଷ ପ୍ରଧାନ
ପରାତ୍ମା ଚିନ୍ମୟ ରୂପ ଅନାଦି ନିଦାନ ।

ପୁରୁଷ ଉପରେ ଆଉ ନାହିଁ ପରସ୍ଥାନ 
ସୂକ୍ଷ୍ମତ୍ତ୍ୱ ମହତ୍ତ୍ୱ ଆତ୍ମଭାବ ଅବସାନ ।

ଏହାହିଁ ସଂସାରୀ ଜୀବ ପରମ ଆଶ୍ରୟ 
ନାହିଁ ଯହୁଁ କେବେ ଆଉ ପ୍ରତ୍ୟାଗମ ଭୟ । (ନ.ଉ. ୧।୩।୨୦) 

No comments:

Post a Comment