Wednesday, August 24, 2016

 ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୭ ଓ ୮ ଚିତ୍ତବଗ୍ଗୋ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

୭ ଚିତ୍ତବଗ୍ଗୋ 


ଅନବସ୍ସୂୂତଚିତ୍ତସ ଅନନ୍ୱାହତଚେତସୋ
ପୁଞ୍ଣପାପପହୀନସ୍ୱ ନତ୍-ଥି ଜାଗରତୋ ଭୟଂ ।୭।

ବିବିର ବିହୀନ ଅଟଇ ଯାହାର ଚିତ୍ତ
ଅଟଇ ପୁଣି ତା' ଯଦି ଆସ୍ରବ ରହିତ ।

ପାପ-ପୂଣ୍ୟ ତ୍ୟାଗ କରି ଜାଗରଣଶୀଳ
ତେବେ ନାହିଁ କଉଣସି ଆତଙ୍କ ତାହାର ।୭।


୮ ଚିତ୍ତବଗ୍ଗୋ 


କୁମ୍ଭୂପମଂ କାୟମିମଂ ବିଦିତ୍ୱା ନଗରୂପମଂ ଚିତ୍ତମିଦଂ ଠପେତ୍ୱା ।
ଯୋଧେଥ ମାରଂ ପଞ୍ଣାବୁଧେନ ଜିତଂ ଚ ରକ୍ଖେ ଅନିବେସନୋ ସିୟା ।୮।


କୁମ୍ଭ ସମ କାୟକୁ ନଶ୍ୱର କରି ଜ୍ଞାନ 
ଚିତ୍ତକୁ ନଗର ପରି କରିଣ ସ୍ଥାପନ ।

ପ୍ରଜ୍ଞାର ଆୟୁଧେ କରି ମାର ସଙ୍ଗେ ଯୁଦ୍ଧ
ଜିତିବ, ରକ୍ଷା କରିବ, ହୋଇ ଅନାସକ୍ତ  ।୮।

No comments:

Post a Comment