Tuesday, May 02, 2017

ପାଣିରେ ପାଣିରେ ପାଣିରେ ପାଣି


(ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କର ଆତ୍ମଜୀବନୀ ଅନୁଭବମାଳାର ପ୍ରଥମ ଭାଗରୁ ସଙ୍ଗୃହିତ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଓଡ଼ିଶାରେ ଗାନ୍ଧିଜୀଙ୍କର ମୌଳିକ ଶିକ୍ଷା ଦର୍ଶନରେ ପ୍ରୟୋଗ କ୍ଷେତ୍ରରେ ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କର ନାମ ସୁପରିଚିତ ସେ ଗାନ୍ଧୀବାଦୀ ସାମାଜିକ କର୍ମୀ ଅନ୍ନପୂର୍ଣ୍ଣା ମହାରଣାଙ୍କର ସ୍ୱାମୀ, ଶିକ୍ଷାବିତ ଚନ୍ଦ୍ରମୋହନ ମହାରଣାଙ୍କର ପୁତ୍ର ତଥା ଗୋପବନ୍ଧୁ ଚୌଧୁରୀ ରମାଦେବୀଙ୍କର ଜାମାତା ମାତାଙ୍କର ନାମ ରାସମଣି ଦେବୀ ଶରତ ବାବୁଙ୍କର ଜନ୍ମ ୧୯୦୯ ମସିହାରେ ତାଙ୍କର ପୈତୃକ ଗ୍ରାମ ହେଲା ବାଲେଶ୍ୱରର ରେମୁଣା ଥାନାର ଚୌଧୁରୀବାଗ ସେତେବେଳେ ବାଲେଶ୍ୱରରୁ ଗାଁକୁ ଯିବା ପାଇଁ ସଡ଼କ ନଥିଲା ଶାଳବଣି ଗାଁର ଦକ୍ଷିଣ ଦିଗରେ ବିଲଗହିର ଦେଇ ଚଲାବାଟ ଥିଲା ସେଇ ଶାଳବଣୀରେ ତାଙ୍କ ଗୋସେଇଁ ବାପାଙ୍କ ବାପ ଗୁରୁପ୍ରସାଦ ମହାରଣାଏ ଗୋରା ପୋଖରୀ ବୋଲି ଗୋଟିଏ ତଡ଼ାଗ ଧର୍ମ ଉଦ୍ଦେଶ୍ୟରେ ଖୋଳାଇଥିଲେ ନିର୍ଘାତ ଗ୍ରୀଷ୍ମରେ ମଧ୍ୟ ସେଥିରେ ପାଣି ରହୁଥିଲା ହେଲେ ଜଳ ଦାନ ଉଦ୍ଦେଶ୍ୟରେ ପୋଖରୀଟି ଖୋଳାଯାଇଥିବାରୁ, ମହାରଣା ପରିବାରର କେହି ଗୋରାପୋଖରୀର ପାଣି ବ୍ୟବହାର କରୁନଥିଲେ

ସେତେବେଳେ ଚୌଧୁରୀ ବାଗ ପରି ରେମୁଣା ଆଖପାଖର ଗାଁମାନଙ୍କରେ ପକ୍କା କୂପ ବା ନଳକୂପ ପ୍ରାୟତଃ ଦେଖିବାକୁ ମିଳୁନଥିଲା ସେତେବେଳେ ବଙ୍ଗାଳୀ ସାହିରେ ଗୋଟିଏ, ରେମୁଣା ବଜାରର ଚାଉଲ ଖଳାରେ ଗୋଟିଏ, କ୍ଷୀରଚୋରା ମନ୍ଦିରର ରୋଷେଇ ପାଇଁ ଉଦ୍ଦିଷ୍ଟ କୂଅ ଗୋଟିଏ ପୁରୀ ଗୋସେଇଁ ମଠ ଭିତରେ ଏକ ଛୋଟ କୂପ ଥିଲା ଏହା ଛଡ଼ା ସେହି ଅଞ୍ଚଳରେ କୂପର ଦେଖାଦର୍ଶନ ନଥିଲା କାରଣ, ସେ ଅଞ୍ଚଳର କୁମ୍ଭାରମାନେ ମାଟି ନନ୍ଦ ନିର୍ମାଣର ପ୍ରକ୍ରିୟା ସହିତ ପରିଚିତ ନଥିଲେ ପୋଖରୀ ଇତ୍ୟାଦି ହିଁ ଜଳର ଆବଶ୍ୟକତା ମେଣ୍ଟାଉଥିଲେ

ବଡ଼ ପୋଖରୀ ଭିତରେ ଥିଲା ବ୍ରଜ ପୋଖରୀ, ଚହଟା ପୋଖରୀ କୂଟ ପୋଖରୀ ଏହା ଛଡ଼ା ନାନାଦି କୁନି କୁନି ପୋଖରୀ ଗଡ଼ିଆ ଇତ୍ୟାଦି ମଧ୍ୟ ଥିଲା ଲୋକେ ପାନୀୟ ଜଳ ଉଦ୍ଦେଶ୍ୟରେ ଏହି ସବୁ ପୋଖରୀ ଗଡ଼ିଆ ଇତ୍ୟାଦିର ଜଳ ବ୍ୟବହାର କରୁଥିଲେ ଏହା ଛଡ଼ା ଏହି ପୋଖରୀ ଗୁଡ଼ିକର ଜଳ ଶୌଚ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର ହେଉଥିଲା ଏଥିରୁ ସେହି ସମୟର ସ୍ୱାସ୍ଥ୍ୟ ସଚେତନତା ଅନୁମେୟ ଗୋଟିଏ ସମ୍ଭ୍ରାନ୍ତ ଶିକ୍ଷିତ ପରିବାର ହୋଇଥିଲେ ମଧ୍ୟ ଶରତ ବାବୁଙ୍କ ଘରେ ମଧ୍ୟ ଏପରି ଚଳଣି ଥିଲା ତାଙ୍କ ଗୃହର ନୈରୁତ କୋଣରେ ଅଭି ନାମକ ଏକ କ୍ଷୁଦ୍ର ଗଡ଼ିଆ ଥିଲା ସେହି ଗଡ଼ିଆର ପାଣି ତାଙ୍କ ଘରେ ବ୍ୟବହାର କରାଯାଉଥିଲା ଗଡ଼ିଆଟିର ପାଣି ଅବଶ୍ୟ ଦେଖିବାକୁ ସ୍ୱଚ୍ଛ ଥିଲା ଏହି ଗଡ଼ିଆଟି ନିକଟର ଅନେକ ପଡ଼ାଙ୍କର ଜଳକଷ୍ଟ ଦୂର କରୁଥିଲା

ଶରତ ବାବୁଙ୍କର ପିତା ୧୯୨୯ରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ, ସଙ୍ଗତିସମ୍ପନ୍ନ ଶିକ୍ଷା ବିଭାଗର କର୍ମଚାରୀଟିଏ ହୋଇ ମଧ୍ୟ, ନିଜ ଘରବାଡ଼ିରେ ବା ଗ୍ରାମରେ କୂପଟିଏ ଖୋଳାଇନଥିଲେ ଅସନା ପାଣି ପିଇ ହଇଜା ଯୋଗୁଁ ଶରତ ବାବୁଙ୍କର ମାତୃବିୟୋଗ ହୋଇଥିଲା ଏହା ଛଡ଼ା ତାଙ୍କର ବଡ଼ ଭାଇଙ୍କର ଗୋଟିଏ ଦୁଇ ବର୍ଷର ଶିଶୁକନ୍ୟା ମଧ୍ୟ ମୃତ୍ୟୁବରଣ କରିଥିଲା ଅବଶ୍ୟ ଛୁଟି ଦିନମାନଙ୍କରେ ଗ୍ରାମରେ ବସବାସ କରୁଥିବା ସମୟରେ ତାଙ୍କର ପିତା ଚନ୍ଦ୍ରମୋହନବାବୁ ପୁରୀ ଗୋସେଇଁ ମଠରୁ ରେମୁଣାର ଡାକ୍ତରଖାନାର କୂଅରୁ ପାଣି ଅଣାଉଥିଲେ କେବଳ ଏହି ଛୁଟି ଦିନମାନଙ୍କରେ ହିଁ ସଫା କୂଅ ପାଣି ପରିବାରରେ ବ୍ୟବହାର ହେଉଥିଲା

ଏହାର ବହୁ ପରେ ଶରତବାବୁଙ୍କର ଭାଇ ଲୋକନାଥ ମହାରଣା ୧୯୫୨-୫୨ ମସିହାରେ ଗୋଟିଏ ସିମେଣ୍ଟର ରିଙ୍ଗ ୱେଲ ନିର୍ମାଣ କରିବାର ସଙ୍କଳ୍ପ କଲେ ଏଥି ପାଇଁ ସେ ଗାଁ ଲୋକଙ୍କଠାରୁ ଘର ପିଛା ପାଞ୍ଚ ଛଅ ଟଙ୍କା ଲେଖାଏଁ ଆଦାୟ କଲେ ଏଥିରେ ନିଜର ହଜାର ବାରଶହ ଟଙ୍କା ଯୋଡ଼ିଲେ ହେଲେ ଗାଁର ସବୁ ଲୋକ ଚାନ୍ଦା ଦେଲେ ନାହିଁ ଏଥିକୁ ଲୋକନାଥ ବାବୁ ଗୁମାନ କରି କୂଅ କରାଇ ଦେଲେ ନାହିଁ ଶେଷକୁ ଶରତ ବାବୁ ନିଜର ଭଗ୍ନୀ ଟୁନିଙ୍କୁ ନିଜର ଗହଣା ବିକ୍ରୟ କରି କୂପଟିଏ ଖୋଳିବା ପାଇଁ ପ୍ରବର୍ତ୍ତାଇବାକୁ ଲାଗିଲେ ଏଥିରେ ଲୋକନାଥ ବାବୁଙ୍କର ମତ ପରିବର୍ତ୍ତନ ହେଲା ସେ ନିଜ ହାତରୁ ୧୫୦୦ ଟଙ୍କା ଖର୍ଚ୍ଚ କଲେ ତାଙ୍କର ନିଜ ପୈତୃକ ଘରଠାରୁ ଅଧ କିଲୋମିଟର ବାଟରେ ଗୋଟିଏ ସର୍ବ ସାଧାରଣ ଜାଗାରେ କୂପଟିଏ ଖୋଳାଇଦେଲେ ସେ ଅଞ୍ଚଳର ସଫା ପାଣି ପାଇଁ ତିରୋଟ ସାମାନ୍ୟ ଭାବରେ ଦୂର ହେଲା

ବି.ଦ୍ର. : ଏହି ଲେଖାଟି ୨୦୧୭ ମସିହାରେ ପ୍ରକାଶିତ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ ତମ ଖଣ୍ଡର ୨୦ତମ ସଂଖ୍ୟାରେ ପ୍ରକାଶ ପାଇଥିଲା । 

No comments:

Post a Comment