Saturday, May 27, 2017

ଅତୀତରୁ ପୋଷ୍ଟକାର୍ଡ଼ : କଅଣ ଓ କାହିଁକି



ରୁଷ ଦେଶର ପୋଷ୍ଟକାର୍ଡ଼
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ପାଖାପାଖି ଗତ ଦେଢ଼ ବର୍ଷ ହେଲାଣି, ‘ଅତୀତରୁ ପୋଷ୍ଟକାର୍ଡ଼ଶୀର୍ଷକ ଏହି ସ୍ତମ୍ଭରେ ସମଦୃଷ୍ଟି ପତ୍ରିକାରେ କିଛି ଲେଖା ପ୍ରକାଶ ପାଇଛି କିଛି ପାଠକ ଏହି ଲେଖକକୁ ଲେଖାଗୁଡ଼ିକର ତାତ୍ପର୍ଯ୍ୟ ଔଚିତ୍ୟ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଛନ୍ତି ବ୍ୟକ୍ତିଗତ ଭାବରେ କିଛି ଚିନ୍ତକ ଏହି ଅଧମକୁ କହିଛନ୍ତି ଯେ ଲେଖାଗୁଡ଼ିକ ଉପରଠାଉରିଆ (ଇଂରାଜୀରେସୁପରଫିସିଆଲ) ହେଉଛି ଆହୁରି ଗଭୀର ହେବାର କଥା ବୋଲି ଏଥର ପୋଷ୍ଟକାର୍ଡ଼ଟିଏ ପଠାଇ, ଏଇ ଲେଖାଗୁଡ଼ିକ ବିଷୟରେ କିଛି ଏଠାରେ କହିବା ଉଚିତ ମନେ କରୁଛି

ଅତୀତରୁ ପୋଷ୍ଟକାର୍ଡ଼ଶୀର୍ଷକର ପ୍ରଥମ ଲେଖାଟି ପ୍ରକାଶ ପାଇଥିଲା ୨୦୧୫ ମସିହାର ଶେଷ ଆଡ଼କୁ, ପତ୍ରିକାର ଦଶମ ଭାଗର ଷଷ୍ଠ ଙ୍ଖ୍ୟାରେ ଯୋଡ଼ିଏ ପୋଷ୍ଟକାର୍ଡ଼ ଏକା ସାଙ୍ଗରେ ଛପାଯାଇଥିଲା ସେଥର ଗୋଟିଏ ପୋଷ୍ଟକାର୍ଡ଼ ଥିଲା ଗତ ଶତାବ୍ଦୀର ପ୍ରଥମ ତୃତୀୟାଂଶରେ ରେଭେନ୍ସା କଲେଜର ହଷ୍ଟେଲରେ ଖାଇବା ପିଇବା ବିଷୟରେ ଅନ୍ୟ ଲେଖାଟି ଥିଲା ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ବାରିପଦାରେ ମୟୁରଭଞ୍ଜର ରାଜ ପରିବାର ଆୟୋଜନ କରିଥିବା ଏକ ବ୍ରାହ୍ମଣ ଭୋଜନ ବିଷୟକ ଦୁଇଟି ଯାକ ଗାଳ୍ପିକ ରସିକ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀମନେ ପଡ଼େରୁ ସଙ୍ଗୃହିତ ହୋଇଥିଲା କେବଳ ଏହି ଲେଖା ଯୋଡ଼ିକ ନୁହେଁ, ଯାହା କିଛି ବି ଏହି ସ୍ତମ୍ଭରେ ପ୍ରକାଶ ପାଇଛି, ତାହା କୌଣସି ନା କୌଣସି ଆତ୍ମଜୀବନୀ କିମ୍ବା ସ୍ମୃତିଚାରଣମୁଳକ ଲେଖା ବା ବହିରୁ ହିଁ ସଙ୍ଗୃହିତ ହୋଇଛି

ସଙ୍ଗୃହିତ ହୋଇଥିବାର ମାନେ ହେଲା ଯେ, ଏହା ଆତ୍ମଜୀବନୀମୁଳକ ଲେଖାରୁ ସିଧାସଳଖ ଉଦ୍ଧୃତ ନୁହେଁ ଲେଖାଗୁଡ଼ିକରେ ଉଲ୍ଲିଖିତ ବିଷୟ ଘଟଣାମାନ ଅନେକ ସମୟରେ ଏହି ବହି ସବୁରେ ବିଛାଡ଼ି ହୋଇ ପଡ଼ିଛି ଧରନ୍ତୁ ଗତ ଥର ସମଦୃଷ୍ଟିରେ ପ୍ରକାଶ ପାଇଥିବାପାଣିରେ ପାଣିରେ ପାଣିରେ ପାଣିଶୀର୍ଷକ ଲେଖାଟିକୁ ନେବା ଏହା ଗାନ୍ଧିବାଦୀ କର୍ମୀ ଶରତ ମହାରଣାଙ୍କର ଆତ୍ମଜୀବନୀର ପ୍ରଥମ ଭାଗରୁ ଆହରିତ ଏଥିରେ ବର୍ଣ୍ଣିତ ସ୍ୱାଧୀନତା ପୂର୍ବର ରେମୁଣା ଅଞ୍ଚଳରେ ପିଇବା ପାଣି ଯୋଗାଡ଼ କରିବାର ବିଭିନ୍ନ ବାଟ ତଜ୍ଜନିତ ଜଳକଷ୍ଟ, ବହିଟିରେ ଗୋଟିଏ ଜାଗାରେ ନାହିଁ ବହିଟିର ଅନେକ ଯାଗାରେ ଛିଞ୍ଚାଡ଼ି ହୋଇ ଏହି ସମ୍ପର୍କୀୟ ଲେଖାଗୁଡ଼ିକ ଅଛି ଏହା ଛଡ଼ା ଲେଖାଟିରେ ବ୍ୟବହୃତ ଭାଷା ଶରତ ମହାରଣାଙ୍କର ନୁହେଁ, ଅଧମର ଏହାଅତୀତରୁ ପୋଷ୍ଟକାର୍ଡ଼ ଅନ୍ୟ ଲେଖାଗୁଡ଼ିକ ବିଷୟରେ ମଧ୍ୟ ସତ୍ୟ ନିଜର ଲେଖା ଅନ୍ୟର ନାମରେ ଚଳାଇବା ମିଥ୍ୟାଚାର ହେବ ବୋଲି ଖାଲି ଲେଖକର ନାମ ଲେଖା ତଳେ ଦେବା କଥା କାରଣ ଭାଷା ସଂରଚନା ଏହି ଲେଖକର ହେଲେ ମଧ୍ୟ, ବିଷୟଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଆତ୍ଜଜୀବନୀ ଲେଖକମାନଙ୍କର

ଯଦି ଆପଣମାନଙ୍କ ଭିତରୁ କେହି ଏହି ସ୍ତମ୍ଭଟିର ଲେଖାଗୁଡ଼ିକୁ ଟିକିଏ ନିରିଖେଇକରି ଦେଖିଥିବେ, ତାହା ହେଲେ ଏହା ଆପଣଙ୍କ ନଜରକୁ ଆସିଥିବ ଯେ କିଛି ନିର୍ଦ୍ଦିଷ୍ଟ ବିଷୟରେ ହିଁ ଏଗୁଡ଼ିକ ଚରିତ ହୋଇଛନ୍ତି ସେଗୁଡ଼ିକ ହେଲା ଓଡ଼ିଶା ଭିତରେ ବାହାରେ ଯାତାୟତ ଗମନାଗମନ, ଖାଇବା ପିଇବା, ନିଶା ଦ୍ରବ୍ୟର ବ୍ୟବହାର, ପାଠ ପଢ଼ାର ଅନୁଭୂତି, ଦଳିତ ଜନଜୀବନ ଅନ୍ୟାନ୍ୟ ଜାତିର ଜୀବନଚର୍ଯ୍ୟା ଇତ୍ୟାଦି ବଡ଼ ଲୋକଙ୍କର ମୂର୍ଖାମି ତଥାକଥିତ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାବଳୀର ହାଉଯାଉ ସତ୍ତ୍ୱେ ଦୈନନ୍ଦିନ ଜୀବନ ଏହି ସବୁ ସାଧାରଣ ଜିନିଷକୁ ନେଇ ଗଢ଼ା ନୋଟବନ୍ଦୀ ଯୋଗୁଁ ନଗଦ ଟଙ୍କା ପାଇଁ ଦିନସାରା ବ୍ୟାଙ୍କ୍ ରେ ବିତାଇ ସାରିବା ସତ୍ତ୍ୱେ ସନ୍ଧ୍ୟା ବେଳେ ଭାଙ୍ଗୁଆଙ୍କୁ ଭାଙ୍ଗ ଲୋଡ଼ା ଦେଶରେ ପ୍ରଧାନମନ୍ତ୍ରୀ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଲେ ମଧ୍ୟ, ରାତିରେ ଖାଇବା ପାଇଁ ସନ୍ତୁଳାରେ ପକାଇବା ପାଇଁ ଆଳୁ, ବାଇଗଣ ଦରକାର ଅର୍ଥାତ, ଆମର ଜୀବନଚର୍ଯ୍ୟା ବଡ଼ ବଡ଼ ଘଟଣାବଳୀର ସନ୍ଧିରେ ହିଁ ଚାଲିଥାଏ, ଠିକ ଭଙ୍ଗା ମନ୍ଦିରର ପଥର ସନ୍ଧିର ଓସ୍ତ ଗଛ ପରି ଆଉ ଯଦି ଆମେ ଲୋକଙ୍କର ଦୃଷ୍ଟିରୁ ଦେଖିବା, ତାହାହେଲେ ଡ଼ାଲିଚାଉଳର ଦୈନନ୍ଦିନତା ହିଁ ଆମର ଅସଲ ପୁରାଣ

ଏହି କଥାର ଯଥାର୍ଥ୍ୟ ବିବେଚନା ପାଇଁ ତାତ୍ତ୍ୱିକ ସାଜସରଞ୍ଜାମ ନିମନ୍ତେ ଜେସୁଇଟ୍ ସନ୍ୟାସୀ ଫରାସୀ ତତ୍ତ୍ୱବିଦ ମିସେଲ ଦି ସର୍ତୁଙ୍କରଦି ପ୍ରାକ୍ଟି,ସ୍ ଅଫ୍ ଏଭ୍ରିଡେ ଲାଇଫ୍ଦେଖାଯାଇ ପାରେ ଏହି ବହିରେ ଦି ସର୍ତୁଙ୍କର ବକ୍ତବ୍ୟ ଥିଲା ଏହିକି ଯେ, ଆମେ ଆଜି ପର୍ଯ୍ୟନ୍ତ ଖାଲି ଉତ୍ପାଦନର ବର୍ଣ୍ଣନାଟିମାନ ଦେଇ ଆସିଛୁ ହେଲେ ଆମେ ଯେମିତି ବଞ୍ଚୁ, ଜୀବନ ଖାଲି ଉତ୍ପାଦନ ଚାରିପଟେ ଘୁରିବୁଲେ, ତାହା ନୁହେଁ ଜୀବନ ଯେତିକିଟା ଉତ୍ପାଦନ ବିଷୟରେ, ତାହା ସେତିକିଟା ବ୍ୟବହାର ଉପଭୋଗ ବିଷୟରେ ମଧ୍ୟ ଏଣୁ ଆମର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବୁଝିବାକୁ ହେଲେ ଆମକୁ ବ୍ୟବହାର ଉପଭୋଗକୁ ମଧ୍ୟ ବୁଝିବାକୁ ପଡ଼ିବ

ଅତୀତରୁ ପୋଷ୍ଟକାର୍ଡ଼ର ଲେଖାଗୁଡ଼ିକ ତେଣୁ ଦି ସର୍ତୁଙ୍କର ଉପଦେଶ ମାନି, ଦୈନନ୍ଦିନ ଜୀବନ ବିଷୟରେ, ଏଥିରେ ହେଉଥିବା ସାଧାରଣ ଅସାଧାରଣ ଜିନିଷର ଭୋଗ ବ୍ୟବହାର ବିଷୟରେ ମାତ୍ର ଲେଖାଗୁଡ଼ିକ ଦୈନନ୍ଦିନ ସାଧାରଣ ଜୀବନ ବିଷୟରେ ହୋଇଥିଲେ ମଧ୍ୟ ସିଧାସଳଖ ଭାବରେ ସାମାଜିକ ଇତିହାସ ମଧ୍ୟ ନୁହେଁ ଗତ ତିନି ଚାରି ଦଶନ୍ଧି ଧରି ମାନବ ବିଜ୍ଞାନର ଗୋଟିଏ ବିଷୟ ଭାବରେ ଇତିହାସ ଇତିହାସଚର୍ଯ୍ୟାକୁ ନେଇ ଅନେକ ଆଲୋଚନା ବିବାଦ ଦେଖାଦେଇଛି ସେ ମଧ୍ୟରୁ କିଛି ଆଖ୍ୟାନ-ମୁଳକ ତତ୍ତ୍ୱଭିତ୍ତିକ ଇତିହାସ ଲେଖା ମଧ୍ୟରେ ଥିବା ବିରୋଧାଭାଷ ବିଷୟରେ ହେଲେ ଇତିହାସ ଆଖ୍ୟାନ ହେଉ କି ତତ୍ତ୍ୱ, ଏହା ବାହାରେ ମଧ୍ୟ ଏହି ବିଷୟଟିର ସମାଲୋଚନା ଦେଖାଦେଇଛି କିଛି ତତ୍ତ୍ୱବିଦ ଇତିହାସକୁ ଔପନିବେଶବାଦର କ୍ରୀଡ଼ାନକ ବୋଲି ଚର୍ଚ୍ଚା କରିଛନ୍ତି ଆଉ କିଛି ଅର୍ଥନୈତିକ ସାମାଜିକ ବିକାଶବାଦର ଭୋଗବାଦୀ ସଂସ୍କୃତିର ପ୍ରଚାର ପ୍ରସାରରେ ଇତିହାସର ଭୂମିକା ବିଷୟରେ ଆଲୋଚନା କରିଛନ୍ତି

ଲେଖକ ଗୋଟିଏ ବିଷୟ ଭାବରେ ଇତିହାସ ବିଷୟରେ ଏହି ସବୁ ସମାଲୋଚନା ସହିତ ସମ୍ପୂର୍ଣ୍ଣ ଭାବରେ ସହମତ ନୁହେଁ ହେଲେ ଏହି ସବୁ କ୍ରିଟିକ୍ ପରେ, ଆଉ ପୁରୁଣା, ଗତାନୁଗତିକ ଭାବରେ ଆଖ୍ୟାନ-ମୁଳକ ଇତିହାସ ରଚନା, କିମ୍ବା ସରଳ-ରୈଖିକ କାଳଗଣଣା ଉପରେ ଆଧାରିତ ବିକାଶର ତତ୍ତ୍ୱ ବଖାଣୁଥିବା ଇତିହାସ ଲେଖିବା ଆଉ ବୌଦ୍ଧିକ ଦୃଷ୍ଟିରୁ ଏତେଟା ସତ୍ୟବଦ୍ଧ ନୁହେଁ ଐତିହାସିକ ଆଖ୍ୟାନର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାବ ହେଲା ଏହାର ସାମଗ୍ରିକତା ଅତୀତରୁ ପୋଷ୍ଟକାର୍ଡ଼ର ଲେଖାଗୁଡ଼ିକ ଏହି ସାମଗ୍ରିକତାକୁ ଆହ୍ୱାନ ଦିଅନ୍ତି ସାମଗ୍ରିକ ସାମାଜିକ ଇତିହାସ କିଛି ଅଛି ବୋଲି ଧରି ନେଇ, ନିର୍ଦ୍ଦିଷ୍ଟ କାଳ ଖଣ୍ଡର ନିର୍ଦ୍ଦିଷ୍ଟ ବିଷୟରସେ ଦୋରା ଜାତିର ବାହାଘର ଭୋଜିର ବୃତ୍ତାନ୍ତ ହେଉ, କିମ୍ବା ଅଶୀ ବର୍ଷ ତଳେ କଟକରୁ ଆଠମଲ୍ଲିକ ଯିବାର ଉପାୟ ହେଉକେତେକ ଉପରଠାଉରିଆ କିଛି ଚିତ୍ର ଆଙ୍କିବାକୁ ଚେଷ୍ଟା କରେ

ପାଶ୍ଚାତ୍ୟ ସମାଜ ଚର୍ଚ୍ଚା ତତ୍ତ୍ୱଜଗତ ପୃଷ୍ଠ (ସରଫେସ୍) ଭିତର (ଡେପଥ୍) ଭିତରେ ଏକ ବିଭାଜିକା ରେଖା ଟାଣେ ତଥା ଏହି ଦୁଇଟି ଭିତରେ ତଥାକଥିତ ଗଭୀରତାର ଜିନିଷକୁ ଅଧିକ ଗୁରୁତ୍ତ୍ୱ ଦିଏ ଭାରତ ଭଳି ଦେଶରେ ସମାଜବିଜ୍ଞାନ ବିଷୟରେ କାମ କରୁଥିବା ଆମ ଭଳି ଲୋକଙ୍କୁ ଏହି ବିଭାଜନରୁ ଉର୍ଦ୍ଧ୍ୱକୁ ଯାଇ ଆମର ସମାଜ ବିଷୟରେ ଚର୍ଚ୍ଚା କରିବାକୁ ପଡ଼ିବ ହେଲେ ତାହା ପୂର୍ବରୁ ଆମକୁ ପୃଷ୍ଠ ବା ସରଫେସ୍ ବିଷୟରେ କିଛି ବର୍ଣ୍ଣନାର ନିର୍ମାଣ କରିବାକୁ ମଧ୍ୟ ପଡ଼ିବ ଏପରି ବର୍ଣ୍ଣନାଗୁଡ଼ିକ ଉପରଠାଉରିଆ ହେବା ପାଇଁ ବାଧ୍ୟ କାରଣ, ସେଗୁଡ଼ିକ ଧୋତି ପିନ୍ଧାର ଫେସନ ଯାତ୍ରା ଆରମ୍ଭ ହେବାର ସମୟ ଆଦିଉପର ଜିନିଷ ବିଷୟରେ ତାହା ପରେ ଯାଇଁଉପର ଜିନିଷ ବିଷୟରେଗଭୀରଚର୍ଚ୍ଚା ହୋଇପାରିବ

ଏହା ଛଡ଼ା ଓଡ଼ିଆ ଭାଷାରେ ଆତ୍ମଜୀବନୀ ଅନ୍ୟାନ୍ୟ ଜୀବନୀ ସାହିତ୍ୟ ଉପରେ ଆଲୋଚନା ବହୁତ କମ ଜୀବନୀ ସାହିତ୍ୟକୁ ଉପାଦାନ ଭାବରେ ଧରି ଆମର ଅତୀତର ସାମାଜିକତା ଉପରେ ଆଲୋକପାତ କରିବାର ଚେଷ୍ଟା ବି ପ୍ରାୟ ହୋଇ ନାହିଁ କହିଲେ ଚଳେ ଯଦି ଏହି ସ୍ତମ୍ଭ ଦ୍ୱାରା ଆଉ କିଛି ହୋଇ ଖାଲି କିଛି ଆତ୍ମଜୀବନୀ ସ୍ମୃତି କଥା ପ୍ରତି କେତେକ ନୂଆ ପୁରୁଣା ପାଠକଙ୍କର ଦୃଷ୍ଟି ଆକର୍ଷିତ ହେଲା, ତାହା ହେଲେ ଅଧମ କରୁଥିବା ଯତକିଞ୍ଚିତ ଶ୍ରମ ସାର୍ଥକ ହେଲା ବୋଲି ଭାବିବ

ବି.ଦ୍ର. - ଏହି ଲେଖାଟି ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର  ୧୧ ଖଣ୍ଡର ୨୨ତମ ସଂଖ୍ୟାରେ ୨୦୧୭ ମସିହାର ମଇ ମାସରେ ଛପାଯାଇଥିଲା ।

No comments:

Post a Comment