ମହିମା ଭକ୍ତି କବିତା - 'ଶୂନ୍ୟ ବ୍ରହ୍ମକୁ ହେ'
ସନ୍ଥ କବି ଭୀମ ଭୋଇ
![]() |
ଆକାଶ ଗଙ୍ଗାର ଆଲୋକଟିତ୍ର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଶୂନ୍ୟ
ବ୍ରହ୍ମକୁ ହେ,
ଦେଖିବ
ଯେମନ୍ତେ ଜ୍ଞାନ ଡୋଳେ ।
କଳ୍ପନାକୁ
କାଟି ଜନ୍ମ ମୃତ୍ୟୁ ମେଣ୍ଟି
ଏକ୍ୱୈଶ
ପୁରକୁ ଜିଣିଗଲେ । ଘୋଷା ।
ଅନନ୍ତ
ବାସୁକୀ ଅଷ୍ଚକୁଳା ନାଗ
ସପତ
ସିନ୍ଧୁକୁ ଡେଇଁଗଲେ ।
ଚଉଦ
ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ
ଅନୁଭବ
ସୂତ୍ରେ ବୁଝିଥିଲେ ।୧।
ତିନି
ସତାଇଶ ଏକ୍ୱୈଶ ଭୁବନ
ସେ
ଜିଣି ପାରିବ ଏକାବେଳେ ।
କାଳିବାସୀ
ନୁହେଁ ଏକ ବ୍ରହ୍ମପାଦ
ସ୍ୱଦେହରେ
ମିଳେ ତତକାଳେ ।୨।
ଦାରୁ
ପ୍ରତିମା ମୂର୍ତ୍ତି ଦେବୀ ଦେବତା
ସବୁଠାରୁ
ଚିତ୍ତ ଛାଡିଦେଲେ ।
ମନ୍ତ୍ର
ଯନ୍ତ୍ର ତନ୍ତ୍ର ଚାରିବେଦ ସବୁ
ଏମାନଙ୍କୁ
ଏଡି ଚାଲିଗଲେ ।୩।
ନବଲକ୍ଷ
ତାରା ବିରାଟ ସୁରାଟ
ମହାରାଟ
ସବୁ ପଛ କଲେ ।
ପୃଥ୍ୱୀ
ଆପ ତେଜ ବାୟୁ ଯେ ଆକାଶ
ଏମାନଙ୍କୁ
ଟିକେ ନ ଚାହିଁଲେ ।୪।
ପଡିଅଛି
ବଜ୍ର କିଳଣୀ କବାଟ
ସକାମ
ନିଷ୍କାମ ଦୁଇ ମେଳେ ।
କାମନା
କଳ୍ପନା ସେଠାରୁ ଛିଡିଛି
ସକାମରେ
ନ ପଡିଲେ ଭୋଳେ ।୫।
ଠୁଳ
ଶୂନ୍ୟପରେ ଅମନ ମନ୍ଦିରେ
ତହିଁକି
ବଚନ ନାହିଁ ଚଳେ ।
ତର
ତର ହୋଇ ବୋଲେ ଭୀମ ଭୋଇ
ପଡି
ଶ୍ରୀଗୁରୁଙ୍କ ପାଦ ତଳେ ।୬।
No comments:
Post a Comment