ମହିମା ଭକ୍ତି କବିତା - 'ଶୂନ୍ୟ ପୁରୁଷ ମର୍ତ୍ତ୍ୟରେ'
ସନ୍ଥ କବି ଭୀମ ଭୋଇ
![]() |
ଜାଭାର ବୋରବୋଦୁରର ଏକ ମନ୍ଦିରରେ ଚାମରର ଦୃଶ୍ୟ (ଅଷ୍ଟମ ଶତାବ୍ଦୀ, ଇଣ୍ଡୋନେସିଆ) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଶୂନ୍ୟ
ପୁରୁଷ ମର୍ତ୍ତ୍ୟରେ ଖେଳୁଛନ୍ତି
ହେ
ନର
ରୂପେ ଦେବାଦେବୀ ଖଟିଛନ୍ତି ହେ
। ଘୋଷା ।
ସେହି
ଏକ ମହାଗୁରୁ
ବିଜୟେ
ଶୂନ୍ୟ ମନ୍ଦିରୁ
ସଂଶୟ
ଛାଡି ହୃଦରୁ କର ସ୍ତୁତି ହେ ।୧।
ସେହିଟି
ଜୀବର ଧନ
ଅପ୍ରତେ
ନ କର ମନ
ଭଲ
କରି ଏବେ ଚିହ୍ନି ଧର ଚେତି ହେ ।୨।
ଠାକୁର
ମହିମା ସେହି
ଏକା
ଗୁରୁ ଶୂନ୍ୟଦେହୀ
ଧନ୍ଦି
ହେଉଛ କିମ୍ପାଇଁ କରି ଭୀତି ହେ
।୩।
ବେଳ
ଥାଉଁ ବସା ଧର
ଜ୍ଞାନେ
ସାଧୁସଙ୍ଗ କର
ଛାମୁରେ
କର ଗୋଚର ଦେବେ ସ୍ଥିତି ହେ ।୪।
ତୋଳି
ବିଚିତ୍ର ମନ୍ଦିର
ପଡୁଛି
ଛତ୍ର ଛାମର
ବେଢିଛନ୍ତି
ସୁର ନର ଚଉକତି ହେ ।୫।
ଶ୍ରୀଗୁରୁ
ଚରଣେ ଧ୍ୟାୟି
ଭଣେ
ଭୀମସେନ ଭୋଇ
ଆନନ୍ଦେ
ଶୋଭା ପାଉଛି ଏ ଧରିତ୍ରୀ ହେ ।୬।
No comments:
Post a Comment