ଅକ୍ଟାଭିଓ ପାଜ୍ ବିରଚିତ କବିତା - 'ସ୍ପର୍ଶ'
ଅନୁବାଦ - ଗୋର୍ବାଚୋଭ୍
 |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମୋ’ ହାତ,
ତୁମ ଅସ୍ତିତ୍ୱର ସବୁ ପର୍ଦ୍ଦା ଖୋଲି ଦେଲା,
ତୁମକୁ ଢ଼ାଙ୍କି ଦେଲା ଅଧିକତର ନଗ୍ନତାରେ,
ବିବସନା କଲା ତୁମ ଦେହର ସବୁ ଦେହକୁ;
ମୋ’ ହାତ,
ତୁମେ ଦେହ ପାଇଁ ସୃଷ୍ଟି କଲା–
ଆଉ ଗୋଟେ ଦେହ ।।
No comments:
Post a Comment