ମହିମା ଭକ୍ତି କବିତା 'ଧର ଦୃଢ ବନ୍ଧେ ସର୍ବେ'
ସନ୍ଥ କବି ଭୀମ ଭୋଇ
![]() |
ପିଲାଙ୍କ ଗନ୍ଥା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଧର
ଦୃଢ ବନ୍ଧେ ସର୍ବେ ସେହି ସେ କରତା
ନ
କର ଚିନ୍ତା । ଘୋଷା ।
ଗତି
ପତି ପ୍ରଣ ଭକ୍ତ ହିତା
ବର୍ଗ
ବନ୍ଧୁ ତାତ ସେ ଇଷ୍ଚ ଦେବତା ।୧।
ଧନ
ଦାରା ସୁତ ପଡିଦାତା
ଛପ୍ନାକୋଟି
ଜୀବ ପିଣ୍ଡ ବ୍ରହ୍ମାଣ୍ଡ ଗଢନ୍ତା
।୨।
କର୍ମ
ଧର୍ମ ଦାନ ଧ୍ୟାନ ଜିତା
ଜପ
ତପ ତୀର୍ଥ ବ୍ରତ ଉପରେ ଶକତା ।୩।
ପୂର୍ଣ୍ଣ
ଅଖଣ୍ଡିତ ବ୍ରହ୍ମବେତ୍ତା
ରବି
ତଳେ ଯୁଗେ ଯୁଗେ ରୁହାଇବେ କଥା
।୪।
କରିଛନ୍ତି
କଷାବସ୍ତ୍ର ଗନ୍ଥା
ସ୍ୱଦେହରେ
ଉଦେ ହୋଇ ପୃଥିବୀ ଧରନ୍ତା ।୫।
ଭଣେ
ଭୀମ ଭୋଇ ଅରକ୍ଷିତା
ନାମବ୍ରହ୍ମ
ଭଜି ହୁଅ ସକଳେ ସଚେତା ।୬।
No comments:
Post a Comment