ପର୍ବତରେ ଧର୍ମୋପଦେଶ - ୧୫
ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ
![]() |
ମାଲ୍ମେସବରି ବାଇବେଲ (ଇଂଲଣ୍ଡର ୱିଲ୍ଟଶାୟାରର ମାଲ୍ମେସବରି ଆବେ ରେ ପ୍ରଦର୍ଶିତ ବେଲଜିୟମରେ ୧୪୦୭ ଖ୍ରୀଷ୍ଟାବ୍ଦରେ ଲିଖିତ ଫଟୋ କ୍ରେଡ଼ିଟ ୱିକିମିଡ଼ିଆ କମନ୍ସ୍ |
ଅନନ୍ତର ଯୀଶୁ ପିତରର ଗୃହକୁ ଆସି ତାହାର ଶାଶୁକୁ ଶଯ୍ୟାଗତା ଓ ଜରରେ ପୀଡ଼ିତା ଦେଖିଲେ । ତହିଁରେ ସେ ତାହାର ହସ୍ତ ଛୁଇଁବାମାତ୍ର ଜ୍ୱର ଛାଡ଼ିଲା, ତହୁଁ ସେ ଉଠି ସେମାନଙ୍କର ସେବା କଲା ।
ସଞ୍ଜବେଳେ ଉପସ୍ଥିତ ହେଲେ ଲୋକମାନେ ଅନେକଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ; ତହିଁରେ ସେ ଗୋଟିଏ କଥା ଦ୍ୱାରା ଭୂତଗଣକୁ ଛଡ଼ାଇଲେ, ପୁଣି ସବୁ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କଲେ । ଏଥିରେ "ସେ ଆମ୍ଭମାନଙ୍କର ଦୁର୍ବଳତା ସବୁ ନେଲେ ଓ ବ୍ୟାଧି ସବୁ ସହିଲେ," ଏହି ଯେ କଥା ଯିଶାଇୟ ଭବିଷ୍ୟଦ୍-ବକ୍ତାଙ୍କ ଦ୍ୱାରା ଉକ୍ତ ଥିଲା, ତାହା ସିଦ୍ଧ ହେଲା । ଏଥିଉତ୍ତାରେ ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହକୁ ଦେଖି ହ୍ରଦର ଆର ପାରିକି ଯିବାକୁ ଆଜ୍ଞା କଲେ । ଏଥିମଧ୍ୟରେ ଜଣେ ଅଧ୍ୟାପକ ଆସି କହିଲା, ହେ ଗୁରୁ, ଆପଣ ଯେ କୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କର ପଛେ ପଛେ ଯିବି । ତହିଁରେ ଯୀଶୁ କହିଲେ, କୋକିଶିଆଳୀମାନଙ୍କର ଗାତ ଅଛି, ଆଉ ଆକାଶର ପକ୍ଷୀ ଗଣର ବସା ଅଛି; ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ରଖିବାର ସ୍ଥାନ ନାହିଁ । ଅନନ୍ତର ଅନ୍ୟ ଏକ ଶିଷ୍ୟ ତାହାଙ୍କୁ କହିଲା, ହେ ପ୍ରଭୁ, ମୋହର ପିତାଙ୍କୁ କବର ଦେବାପାଇଁ ମୋତେ ଅନୁମତି ଦେଉନ୍ତୁ । ଯୀଶୁ ତାହାକୁ କହିଲେ, ଆମ୍ଭର ପଶ୍ଚାତ ଆସ; ମୃତମାନେ ଆପଣା ମୃତମାନଙ୍କୁ କବର ଦେଉନ୍ତୁ ।
ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।
No comments:
Post a Comment