ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୧୧
![]() |
ପଦ୍ମାସନରେ ବର୍ଦ୍ଧମାନ ମହାବୀର ଙ୍କର ମୂର୍ତ୍ତି ମଦୁରାଇ ନିକଟସ୍ଥ କିଳକୁଇଲକୁଡ଼ିଠାରେ ଅବସ୍ଥିତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ବିରତ
ହୃଦୟ କମଳେ ହୁଏ ମନ ଅଧିଗତ ।
ମାନସ ଧାରଣା ଦୃଢ଼ ସ୍ଥିର ସୁନିଶ୍ଚିତ
ହରଷ ବିଷାଦେ ତିଳେ ନୁହେଁ ବିଚଳିତ ।
ଯୋଗେ ଅଧିରୂଢ଼ ତେବେ ସାଧକର ମତି
ହୁଏ ହୃଦେ ପୂର୍ଣ୍ଣାନନ୍ଦ ଆତ୍ମ ଅବଗତି ।
କଠିନ ଏ ଯୋଗମାର୍ଗ ଦୁଃସାଧ୍ୟ ସାଧନ
ଅଳପ ବିକ୍ଷିପ୍ତ ବ୍ୟଗ୍ର ହେଲେ ଏଥି ମନ ।
ପ୍ରମାଦେ ବିଷମ ଗତି ଘଟେ ଅକସ୍ମାତେ
ପଡ଼ି ସାଧକ ମହା ଦୁସ୍ତର ବିତ୍-ପାତେ ।
ତେଣୁ ଅତି ସାବଧାନେ ଏକାଗ୍ର ମାନସେ
ନିରୋଧି ଇନ୍ଦ୍ରିୟଗଣ ରଜନୀ ଦିବସେ ।
ଜ୍ଞାନ-ଦୀପ ଜାଳି କର ଚିତ୍ତ ସମାହିତ
ଆତ୍ମ ଦରଶନେ ଯେବେ ବାଞ୍ଛ ନିତ୍ୟ ହିତ । (ନ.ଉ. ୨।୩।୩୮-୩୯)
No comments:
Post a Comment