Saturday, May 20, 2017

ମହିମା ଭକ୍ତି କବିତା - 'କିମ୍ପା ଦେଉଛ କଷଣ'


ଭକ୍ତ କବି ଭୀମ ଭୋଇ


ଧୂମକେତୁ ହାଲେ-ବପ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କିମ୍ପା ଦେଉଛ କଷଣ

ମାୟା ମୋହ ଧନ୍ଦେ ପଡି ହେଲି ଅକାରଣ । ଘୋଷା ।

ନ ଗଲା ପୂର୍ବ ଦୁର୍ଦ୍ଦଶା ଅଭାଗ୍ୟର ଗୁଣ
କେ ଆନ କରିବ ମୋର କର୍ମର ଲିଖନ ।୧।

ପୋଡୁଅଛି ପିଣ୍ଡ ପ୍ରାଣ ଆଶା ଯେ ସ୍ୱପନ
ବେନି ନେତ୍ରରୁ ଅଶ୍ରୁ ତ ବହେ ଘନ ଘନ ।୨।

ଏ ମୃତ୍ୟୁ ଶରୀର ଗୋଟା ପୁଷ୍ପକ ଯେସନ
ଭରସା ନ ଦିଶୁଅଛି ହେବାକୁ କାରଣ ।୩।

ରଖ ଅଭୟ ଚରଣେ ସମ୍ଭାଳି ଶରଣ
ଗୁରୁଦେବ ଥାଉଁ ଥାଉଁ ହେଲାଣି ମରଣ ।୪।

କର୍ମକାଣ୍ଡ ପ୍ରକୃତିରେ ପଡି ଅନୁକ୍ଷଣ
ଦୋଷ ଅପରାଧ ଖଣ୍ଡି କର ପରିତ୍ରାଣ ।୫।

ଦିବସ ରଜନୀ ଭାବି ନ ସରଇ ଦିନ
ଗୁରୁ ପାଦ ପଦ୍ମେ ଧ୍ୟାୟି ଭଣେ ଭୀମ ହୀନ ।୬।

No comments:

Post a Comment