ମହିମା ଭକ୍ତି କବିତା - 'କୃପା କର ମହାବାହୁ'
ଭକ୍ତ କବି ଭୀମ ଭୋଇ
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କୃପା
କର ମହାବାହୁ
ଆଜ୍ଞାରେ
କୋଟି ଜନ୍ମ ଦୁଃଖ ଯାଉ ହେ । ଘୋଷା
।
ଜଗି
ବସି କାଳ,
କରୁଛି
ଦୁର୍ବଳ
ଯେସନେ
ଖାତକ ସାହୁ ।
ସଂସାର
ସାଗରେ,
ପଡି
ନିରନ୍ତରେ
ବୁଦ୍ଧି
ଦିଶୁ ନାହିଁ ଆଉ ଯେ ।୧।
ଘଟେ
ଘଟେ ବାସ,
ଏ
କଳି ପୁରୁଷ
ତା’ର
ବଡିମା କେ କହୁ ।
ମାୟା
ଜାଲ ପ୍ରାୟେ,
ଆବୋରିଛି
କାୟ,
ସତ୍ୟ
ଧର୍ମ ଥାଉଁ ଥାଉଁ ଯେ ।୨।
ଏ
ପିଣ୍ଡ ବ୍ରହ୍ମାଣ୍ଡ,
ହୋଇ
ଖଣ୍ଡ ଖଣ୍ଡ
ଦମ୍ଭେ
ରହୁ ନାହିଁ ଆଉ ।
ଦିବସ
ରଜନୀ,
ପକାଉଛି
ହାଣି
ମାୟା
କଳ୍ପକାଳ ରାହୁ ଯେ ।୩।
ଅବନା
ମନ୍ଦିରୁ,
ପ୍ରଭୁ
ଶ୍ରୀଛାମୁରୁ
ରକ୍ଷା
ବାରେ ମାତ୍ର ହେଉ ।
ନୋହିଲେ
କରୁଣା,
ଭାସିଯିବୁ
ସିନା
ସମ୍ଭାଳି
ଧରିବ କେହୁ ଯେ ।୪।
ଜଗତ
ଭଗତ,
ହେଲେ
ବିମୋହିତ
କୃପା
କର ତୁମ୍ଭେ ତହୁଁ ।
ଜଣାଇଲି
ଯେତେ,
ଶୁଣ
ଶ୍ରୁତିପଥେ
ଭକ୍ତ
ବାନା ଯେବେ ବହୁ ଯେ ।୫।
ଏ
କଳି ଯୁଗରେ,
ଉଦ୍ଧାରି
ନେବାରେ
କୃପାରେ
ସାଗର ଯେହୁ ।
ଭଣେ
ଭୀମହୀନ,
ପାମର
ଅଜ୍ଞାନ
ଗୁରୁପାଦେ
ଚିତ୍ତ ରହୁ ଯେ ।୬।
No comments:
Post a Comment