Thursday, April 07, 2016

ତିନୋଟି ସଂଖ୍ୟା ଶିଖିବା ଗୀତ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଏକ, ବିଲେଇ ଲାଙ୍ଗୁଡ଼ ସେକ ।
ଦୁଇ, କଣ୍ଟା ବାଉଁଶରେ ଉଇ ।
ତିନି, ନାରଦ ବଜାଏ ଗିନି ।
ଚାରି, ରାମ ଗଲେ ମୃଗ ମାରି ।
ପାଞ୍ଚ, ତା ଧେଇ ଧେଇ ନାଚ ।
ଛଅ, ସାଥି ହୋଇ ଯିବା ରହ ।
ସାତ, ଦେଖିଯିବା ଦୋଳଯାତ ।
ଆଠ, ହଳଦୀ ପତର କାଟ ।
ନଅ, ଲେଖନ ପତର ଧଅ ।
ଦଶ, କଉଡ଼ି ଖେଳିବୁ ବସ ।  


ଏକ ଦୁଇ ତିନି ଚାରି ପାଞ୍ଚ ପନ୍ଦର 
ଫୁର୍ କିନା ଉଡ଼ିଗଲେ ରାମଚନ୍ଦର ।


ଏକ ପୁତ ଦୁଇ ସଙ୍ଗାତ 
ତିନି ତିନି ତା,
ଚାରି ଚାଉଳ ପାଞ୍ଚ ବଉଳ 
ଛଅ ପଇତା ।
ସାତ ଭାତ ଆଠ ହାତ 
ନଅ ହାଟ ଦଶ କୁହାଟ 
ଏଗାର ଗାର ବାର ଦୁଆର
ତେର ତରକା ଚଉଦ ଚକା
ପନ୍ଦର ପଡ଼ା ଷୋଳ କୋରଡ଼ା
ସତର ଭାଇ ଅଠର ଗାଈ 
ଉଣେଇଶ ଗାଆଁ ହାକିମ ମୁହିଁ 
କୋଡ଼ ପୁରିଲା 
ସଙ୍ଗାତ ସାଥିରୁ କଥା ସରିଲା । 

ଉତ୍ସ - ଶ୍ରୀ ରାମକୃଷ୍ଣ ନନ୍ଦ କୃତ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରକାଶିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ସଙ୍ଗୃହିତ ।

No comments:

Post a Comment