Thursday, April 14, 2016

ଡ. ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ୍ ୧୮୯୧ - ୬ ଡିସେମ୍ବର ୧୯୫୬) : ଏକ ପରିଚିତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଜନ୍ମ ତାରିଖ - ୧୪ ଏପ୍ରିଲ୍ ୧୮୯୧ ି୍
ଜନ୍ମସ୍ଥାନ -  ମଧ୍ୟ ପ୍ରଦେଶର ମ୍ହାଓଠାରେ 
ପିତାଙ୍କ ନାମ - ରାମଜୀ ମୋଲେଜୀ ସକପାଲ୍ 
ମାତୃଭାଷା - ମରାଠୀ
ଜାତି - ମାହାର (ଦଳିତ)
 ପ୍ରଥମ ବିବାହର ମସିହା - ୧୯୦୬ (୧୫  ବର୍ଷ ବୟସରେ)
ପ୍ରଥମ ପତ୍ନୀଙ୍କର ନାମ - ରମାବାଇ
 ମାଟ୍ରିକ୍ ର ସ୍କୁଲ୍ - ଏଲଫିନଷ୍ଟୋନ୍ ହାଇସ୍କୁଲ୍, ବମ୍ବେ 
ମାଚ୍ରିକୁଲେଶନ୍ ର ମସିହା - ୧୯୦୭ (ମାଟ୍ରିକ ପାସ୍ କରିବାରେ ବମ୍ବେ ବିଶ୍ୱବିଦ୍ୟାଳୟର ପ୍ରଥମ ଦଳିତ)
ଗ୍ରାଜୁଏସନ୍ ର ମସିହା - ୧୯୧୨
ଗ୍ରାଜୁଏସନ୍ ର ବିଶ୍ୱବିଦ୍ୟାଳୟ - ବମ୍ବେ ବିଶ୍ୱବିଦ୍ୟାଳୟ 
ଗ୍ରାଜୁଏସନ୍ ର ବିଷୟ - ଅର୍ଥନୀତି ଓ ରାଜନୀତି ବିଜ୍ଞାନ 
ସ୍ନାତକୋତ୍ତର ବିଷୟ - ଅର୍ଥନୀତି 
ସ୍ନାତକୋତ୍ତରର ମସିହା - ୧୯୧୫
ସ୍ନାତକୋତ୍ତର ବିଶ୍ୱବିଦ୍ୟାଳୟ - କଲମ୍ବିଆ ବିଶ୍ୱବିଦ୍ୟାଳୟ (ନ୍ୟୁୟର୍କ୍)
ସ୍ନାତକ ଉପାଧି ପାଇଁ ରଚିତ ଥିସିସ୍ ର ବିଷୟ - ପ୍ରାଚୀନ ଭାରତର ବାଣିଜ୍ୟ 
ପି.ଏଚ୍.ଡି. ର ମସିହା - ୧୯୨୩ 
ପି.ଏଚ୍.ଡି. ର  ବିଷୟ - ଅର୍ଥନୀତି  
ପି.ଏଚ୍.ଡି. ର ବିଶ୍ୱବିଦ୍ୟାଳୟ - ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସ୍ (ଲଣ୍ଡନ୍)
ପି.ଏଚ୍.ଡି. ଥିସିସ୍ ର ବିଷୟ -  ଟଙ୍କାର ସମସ୍ୟା : କାରଣ ଓ ସମାଧାନ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୯୨୦ ମସିହାରୁ ମୁକନାୟକ ର ପ୍ରକାଶନ ସହିତ ସାର୍ବଜନୀନ ଜୀବନରେ ଜଣେ ଲେଖକ ଓ ସମ୍ପାଦକ ଭାବରେ କର୍ମମୟ ଜୀବନର ଆରମ୍ଭ
୧୯୨୭ ମସିହାରେ ମନୁସ୍ମୃତି ଜଳାଇ ଜାତି ଓ ଛୁଆଁ ଅଛୁଆଁ ଭେଦଭାବ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ 
୧୯୩୦ ମସିହାରେ ମନ୍ଦିର ପ୍ରବେଶ ଆନ୍ଦୋଳନର ଆରମ୍ଭ 
୧୯୩୨ ମସିହାରେ ପୁନା ଚୁକ୍ତିରେ ସାକ୍ଷର
୧୯୩୫ ରା ପ୍ରଥମ ସ୍ତ୍ରୀ ରମାବାଇଙ୍କର ମୃତ୍ୟୁ
୧୯୩୬ ମସିହାରେ ସ୍ୱାଧୀନ ଶ୍ରମିକ ଦଳର ଗଠନ ଓ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ଜାତି ବ୍ୟବସ୍ଥାର  ଧ୍ୱଂସର ପ୍ରକାଶନ 
୧୯୪୮ ମସିହାରେ ଡାକ୍ତର ଶାରଦା କବିର (ବିବାହ ପରର ନାମ - ସବିତା ଆମ୍ବେଦକର୍)ଙ୍କ ସହ ଦ୍ୱିତୀୟ ବିବାହ 

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୯୪୭ ମସିହାରେ ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ତଥା ସମ୍ବିଧାନ ପ୍ରଣୟନ ସଭାର ସଭାପତି ଭାବରେ ନିଯୁକ୍ତି 
୧୯୫୫ ମସିହାରେ ଭାରତୀୟ ବୌଦ୍ଧ ମହାସଭାର ସଂସ୍ଥାପନ 
୧୪ ଅକ୍ଟୋବର ୧୯୫୬ ମସିହାରେ ନାଗପୁରଠାରେ ପାଞ୍ଚଲକ୍ଷ ସମର୍ଥକଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ 
ଛଅ ଡିସେମ୍ବର ୧୯୫୬ ରେ ଡାଇବେଟିସ୍ ଜନିତ ନାନାଦି ଜଟିଳତାରୁ ମୃତ୍ୟୁ 

ନାଗପୁରର ଦୀକ୍ଷାଭୂମି
ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନସ୍ 

No comments:

Post a Comment