ଢ଼େଙ୍କାନାଳ ଜିଲ୍ଲାର କୁଆଁର ପୁନେଇ ଗୀତ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଆତ ଗଛର ଛାଇ ଗୋ ଫୁଲ ବଉଳବେଣୀ
ଆତ ଫଳଇ ଦୋଲା ଦୋଲା ହୋଇ
ଶ୍ରୀକୃଷ୍ଣ ମୁଖରେ ନାହିଁ ଗୋ ଫୁଲ ବଉଳ ବେଣୀ ।
ପିଜୁଳି ଗଛର ଛାଇ ଗୋ ଫୁଲ ବଉଳବେଣୀ
ପିଜୁଳି ଫଳଇ ଦୋଲା ଦୋଲା ହୋଇ
ଶ୍ରୀକୃଷ୍ଣ ମୁଖରେ ନାହିଁ ଗୋ ଫୁଲ ବଉଳ ବେଣୀ ।
କମଳା ଗଛର ଛାଇ ଗୋ ଫୁଲ ବଉଳବେଣୀ
କମଳା ଫଳଇ ଦୋଲା ଦୋଲା ହୋଇ
ଶ୍ରୀକୃଷ୍ଣ ମୁଖରେ ନାହିଁ ଗୋ ଫୁଲ ବଉଳ ବେଣୀ ।
ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।
No comments:
Post a Comment