ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ତୃତୀୟ ଅଧ୍ୟାୟ : ଶ୍ଲୋକ ୯ - ୧୫
ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କର୍ମ ୟୋଗଃ
କର୍ମ ୟୋଗଃ
ଶ୍ରୀ ଭଗବାନ ଉବାଚ
ୟଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।
ତଦର୍ଥଂ କର୍ମ କୌନ୍ତେୟ ମୁକ୍ତସଙ୍ଗଃ ସମାଚାର ।୯।
ଯଜ୍ଞାର୍ଥେ ନ ହୁଏ ଯେବେ କର୍ମ ଅନୁଷ୍ଠାନ । ତ୍ୟାଗ କରିଥାନ୍ତି ଲୋକ ଯେ କର୍ମ ବନ୍ଧନ ।।
ଅତଏବ ହେ କୌନ୍ତେୟ ! ବିଷ୍ଣୁ ଉଦ୍ଦେଶ୍ୟରେ । ଅନୁଷ୍ଠାନ କର କର୍ମ ନିଷ୍କାମ ଭାବରେ ।୯।
ସହୟଜ୍ଞାଃ ପ୍ରଜାଃ ସୃଷ୍ଚ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।୧୦।
ପୂର୍ବେ ପ୍ରଜାପତି ଯେବେ କଲେ ପ୍ରଜା ସୃଷ୍ଟି । ସେମାନଙ୍କୁ ଆଜ୍ଞା ଦେଇଥିଲେ ପରମେଷ୍ଠୀ ।।
ତୁମ୍ଭେମାନେ ହେବ ଯଜ୍ଞେ ବର୍ଦ୍ଧିତ କ୍ରମଶ । ପୂର୍ଣ୍ଣ ହେବ ସମସ୍ତଙ୍କ ଯଜ୍ଞେ ଅଭିଳାଷ ।୧୦।
ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ପରଂ ଭାବୟନ୍ତଃ ଶ୍ରେୟଃ ପରମବାପ୍ସ୍ୟଥ ।୧୧।
ଦେବାତମାନଙ୍କୁ କର ଯଜ୍ଞେ ଆନନ୍ଦିତ । କରନ୍ତୁ ଯେ ଦେବେ ତୁମ୍ଭମାନଙ୍କୁ ବର୍ଦ୍ଧିତ ।।
ଏକକୁ ଆରେକ କର କଲ୍ୟାଣ ବର୍ଦ୍ଧିନ । ପୂର୍ବେ ଏହା ବୋଲିଛନ୍ତି ମରାଳବାହନ ।୧୧।
ଇଷ୍ଟାନ୍ ଭୋଗାନ୍ ହି ବୋଦେବା ଦାସ୍ୟନ୍ତେ ୟଜ୍ଞଭାବିତାଃ ।
ତୈର୍ଦତ୍ତାନପ୍ରଦାୟୈଭୌ ୟୋ ଭୁକ୍ତେସ୍ତେନ ଏବ ସଃ ।୧୨।
ବର୍ଦ୍ଧିତ ହୋଇ ଦେବଗଣ । ସୁଫଳ କରିବେ ପ୍ରଦାନ ।।
ସେ ଫଳ ଭୋଗ ଯେ କରଇ । ଦେବତାମାନଙ୍କୁ ନ ଦେଇ ।।
ନ କଲା ପ୍ରତି-ଉପକାର । ତେଣୁ ସେ ଲୋକ ଅଟେ ଚୌର ।୧୨।
ୟଜ୍ଞାଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବ କିଳ୍ୱିବିଷୈଃ ।
ଭୁଞ୍ଜନ୍ତେ ତେ ତ୍ୱଙ୍ଘ ପାପା ୟେ ପଚନ୍ତ୍ୟାତ୍ମକାରଣାତ୍ । ୧୩।
ଯଜ୍ଞ ଅବଶିଷ୍ଟ ସାଧୁ କରିଣ ଭୋଜନ । ସର୍ବରୂପ ପାପନାଶ କରନ୍ତି ଛେଦନ ।।
କେବଳ ଆପଣା ପାଇଁ କରେ ଯେହୁ ପାକ । ମହା ପାପଫଳ ନିଷ୍ଚେ ଭୁଞ୍ଜେ ସେହି ଲୋକ ।୧୩।
ଅନ୍ନାଦ୍ ଭବନ୍ତି ଭୂତାନି ପର୍ଜନ୍ନ୍ୟାଦନ୍ନସମ୍ଭବଃ ।
ୟଜ୍ଞାତ୍ ଭବତି ପର୍ଜନ୍ୟୋ ୟଜ୍ଞଃ କର୍ମସମୁଦ୍ଭବଃ ।୧୪।
ଅନ୍ନଠାରୁ ପ୍ରାଣୀଗଣ ହୋଇଛନ୍ତି ଜାତ । ସେହି ପ୍ରାଣୀ ପ୍ରାଣ ଅନ୍ନ ପର୍ଜନ୍ୟୁ ସମ୍ଭୁତ ।।
ଯଜ୍ଞରୁ ହୋଇଛି ପୁଣି ଉତ୍ପତ୍ତି ପର୍ଜନ୍ୟ । ମାତ୍ର କର୍ମ ଅଟେ ସେହି ଯଜ୍ଞର ନିଦାନ ।୧୪।
କର୍ମ୍ମବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ।
ତସ୍ମାତ୍ ସର୍ବଗତଂ ବ୍ରହ୍ମ ନିତ୍ୟଂ ୟଜ୍ଞେ ପ୍ରତିଷ୍ଠିତମ୍ ।୧୫।
କର୍ମ ଯେ ବେଦର ପ୍ରସୂତି । ସେ ବେଦ ବ୍ରହ୍ମରୁ ଉତ୍ପତ୍ତି ।।
ଏଥକୁ ବ୍ରହ୍ମ ଯେ ସତତ । ଯଜ୍ଞରେ ଥାନ୍ତି ପ୍ରତିଷ୍ଠିତ ।୧୫।
No comments:
Post a Comment