Wednesday, April 13, 2016

କିଛି କୁତୁକୁତିଆ ଓଡ଼ିଆ ଢ଼ଗଢ଼ମାଳି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧. ଅଲାଜୁକ ଗଲା ମରିବାକୁ, ତାକୁ ତିନି ଜଣ ଗଲେ ଧରିବାକୁ ।
୨. ଓଲୁଅ ତିଆରେ ବଣସାରୁକୁ; ତୁ ତ ଗଲୁ, ମୁଁ ତ ଗଲୁ, ସାଙ୍ଗ ହୋଇ ଯିବା ବାହାଘରକୁ ।
୩. ଛଇକି ଛତା, ପାଣିକି ଜୋତା ।
୪. ଧନ୍ୟ ସେ ପ୍ରଜାପତି, ବରକୁ କନ୍ୟା ଘଟାଘଟି ।
୫. ନିଜେ ରାନ୍ଧି ନିଜେ ଖାଏ, ସୁଆଦ ସୁଆଦ ବୋଲୁଥାଏ ।
୬. ନିର୍ଲଜ ଲାଉ, ଟେକିଟାକି ଦେଲେ ପିଢ଼ାକୁ ଯାଉ, ମାଡ଼ି ମାଡ଼ି ଫଳୁ ଥାଉ । 
୭. ଫଟାରସିକ, କଖାରୁ ଫୁଲକୁ ପାଡ଼ୁରା ପୋକ ।
୮. ବାହାପିଆଙ୍କର ରୀତି ; ବାହାରେ କାଢ଼ନ୍ତି ଢମ ବାରବୋଡ଼ି, ଘରେ ନ ଜଳଇ ବତି । 
୯. ଯାଚିଲେ ନ ରୁଚେ ମଣ୍ଡା ଗଇଁଠା, ମାଗି ଖାଉଥାଏ ବାସି ଅଇଁଠା ।
୧୦. ଶୁଣ୍ଢୀର ସାକ୍ଷୀ ମାତାଲ ।
୧୧. ଷଣ୍ଢ ମହାଦେବଙ୍କର, ଗାଈ ସହଦେବଙ୍କର, ବଳଦ ବାପୁଡ଼ା କାହାରି ନୁହେଁ ।
୧୨. ଏକାଦଶୀ ଦିନ ଏଗାର ବଖତ, ଦ୍ୱାଦଶୀ ଦିନ ଇଲିଶି ; ତ୍ରୟୋଦଶୀ ଦିନ ତାମ୍ପଡ଼ା ଶୁଖୁଆ, ଖାଉଥାନ୍ତି ସନିଆସୀ । 
୧୩. ଗଣେଶପେଟା, ହଗି ନ ଜାଣିଲେ ଦାନ୍ତରେ କୁଟା ।

ଶ୍ରୀ ସର୍ବେଶ୍ୱର ଦାସ କୃତ 'ସଂକ୍ଷିପ୍ତ ପ୍ରବାଦ ଓ ପ୍ରବଚନ କୋଷ'ରୁ ସଙ୍ଗୃହିତ । 

No comments:

Post a Comment