ଶାସନ ବିଷୟରେ କିଛି ଓଡ଼ିଆ ପ୍ରବାଦ
![]() |
ଓଡ଼ିଶା ରାଜ୍ୟ ସରକାରଙ୍କର ସିଲ୍ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧. ଉଞ୍ଚାଇଥିବୁ ମାରିବୁ ନାହିଁ, ଗୋଡ଼ାଇଥିବୁ ଧରିବୁ ନାହିଁ ।
୨. ଘଡ଼ିକ ହାକିମୀ ପାହାଡ଼ ତୋଡ଼େ ।
୩. ଖୋଳ ପର୍ବତ ମାର ମୂଷା ।
୪. ଆରେ ଢ଼ମଣା, ବୁଲି ବୁଲି କରି ସେଇ ଅଗଣା ।
୫. ଚାପ ପଡ଼ିଲେ ବାପ ବୋଲେ ।
୬.ଢ଼ିରା କି ଜାଣେ ବୋଝର ଗରୁ ।
୭. ଢ଼ୁଆ ଧରିବାକୁ ପାଞ୍ଚ ଜଣ, ଗୀତ ବୋଲିବାକୁ ଜଣେ ।
୮. ଥୋଡ଼ା ଥୋଡ଼ା ହୁକୁମତୀ ନବାତପଣା ସଙ୍ଗେ ସରି ।
୯. ନାଇକ ଜାଣି ପାଇକ ଉଠିଆ ।
୧୦.ନାକ ଧରି ଟାଣିଲେ ମୁହଁ ଆଗ ଆପେ ଆପେ ଆସେ ।
୧୧. ପେଲିଲା କୁକୁର କି ପାରିଧି କରେ ।
୧୨. ବକ ବେକରେ ଢ଼଼ିଙ୍କି ।
୧୩. ବଡ଼ ନାଆ ଯେଉଁ ବାଟେ, ସାନ ନାଆ ସେହି ବାଟେ ।
୧୪. ବୋହିଯାଉଥାଏ ସୁଅ ମୁହଁରେ, ପିମ୍ପୁଡ଼ି ଗାତରେ ଲାଗେ ।
୧୫. ବ୍ରହ୍ମା ବିଳିବିଳେଇଲେ ବେଦ ।
୧୬. ମାଡ଼ଖିଆ ମହାଦେବ, ମାଡ଼ ଖାଇଲେ ବର ଦେବ ।
୧୭. ମାଣ୍ଡିଆ ଜାଉ ଖୋଇବ ଯେ, ରାତି ଅଧରେ ହଗେଇ ନେବ ସେ ।
୧୮. ଶିବ ମଥାରେ ସାପ ରାଜା ।
୧୯. ମାରେ ତ ହାତୀ, ଲୁଟେ ତ ଭଣ୍ଡାର ।
୨୦. ମାଡ଼ୁଆ ଠାକୁରକୁ କହୁଣିଆ ପୁଜାରୀ ।
୨୧. ହାକିମ ଯାଏ, ହୁକୁମ ନ ଯାଏ ।
ଶ୍ରୀ ସର୍ବେଶ୍ୱର ଦାସ କୃତ 'ସଂକ୍ଷିପ୍ତ ପ୍ରବାଦ ଓ ପ୍ରବଚନ କୋଷ'ରୁ ସଙ୍ଗୃହିତ ।
hello sir plz reply me on ramrayster@gmail.com or on my whatsapp number 9124311331 ..
ReplyDelete