Tuesday, April 05, 2016

ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୨


ଫକୀରମୋହନ ସେନାପତି କୃତ  ପ୍ରବନ୍ଧ ଆଳିମାଲିକାରୁ ସଂଗୃହୀତ 


ବିଂଶ ଶତାବ୍ଦୀର ଆରମ୍ଭରେ ଗଡ଼ଜାତ ଓଡ଼ିଶାର ମାନଚିତ୍ର
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କୁଦିବା - ମଡେଇବା, ମୁଣ୍ଡେଇବା - ବ୍ୟବହାର ଅତି ବିଚିତ୍ର, ଗଡ଼ଜାତରେ ଅଧିକାଂଶ କହନ୍ତି, 'ଯୋତା କୁଦିବା', 'କୁର୍ତ୍ତା ମଡ଼େଇବା', 'ଛତା ମୁଣ୍ଡେଇବା' ।

ଓଖର - ଦୁଗ୍ଧ - ଗୋ କ୍ଷୀରର ଅପଭ୍ରଂଶ ହେଲେ ହେଁ ସାଧାରଣତଃ ଦୁଗ୍ଧ ଅର୍ଥରେ ବ୍ୟବହୃତ ହୁଏ । ମଇଁଷି ଓଖର, ଛେଳି ଓଖର, ଇତ୍ୟାଦି, ଓଖର ନ କହି 'ଦୁଧ' କହିଲେ ଗଡ଼ଜାତରେ ସାନ ବଡ଼ ସ୍ତ୍ରୀ ପୁରୁଷ ସମସ୍ତେ ଅଭଦ୍ର ଅଶିଷ୍ଟ ମନେ କରିବେ । 

ନେଉଆ - ଆତ, ନେଉଆ ଏକ ଜାତୀୟ ଫଳ ; ଆତର ଉପର ଉଚ୍ଚ ନୀଚ, ନେଉଆର ଉପର ଛିଲକା ଚିକ୍କଣ । ଏହାହିଁ କଟକ ଅଞ୍ଚଳର ବ୍ୟବହାର । ସ୍ଥାନ ଭେଦରେ ଆତକୁ ବଢ଼ିଆଳ, ନେଉଆକୁ ଆତ, ପିଜୁଳିକୁ ନେଉଆ କହନ୍ତି । ପିଜୁଡ଼ି ଦୁଇ  ପ୍ରକାର, ଯାହା ଭିତର ଲାଲ ତାକୁ ପିଜୁଡ଼ି, ଯାହା ଭିତର ଧଳା ତାକୁ ନେଉଆ କହନ୍ତି । 

ନାଉଳ - ବର୍ଣ୍ଣବୋଧ 

ପାପୋସ - ଯୋତା 

ଡୁଙ୍ଗିବା - ଉଣ୍ଡିବା 

ଆଡ଼େଇବା - ବହୁ ପରିମିତ ପଦାର୍ଥରୁ କିଛି ବାହାର କରିନେବା । କୂଅରୁ ପାଣି ଆଡ଼ୋଉଚି । ଭଣ୍ଡାରରୁ ଚାଉଳ ବସ୍ତାଟା ଆଡ଼େଇଲିଣି । 

No comments:

Post a Comment