Sunday, April 17, 2016

ଦୁଇଟି ପୁଚି ଖେଳ ଗୀତ


ପଣସ ଗଛ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଠିଆ ପୁଚି ନାରଙ୍ଗ 
ଗୋଡ଼ି ଦି'ଟା ସାରଙ୍ଗ 
ସାରଙ୍ଗ ବାଡ଼ିକି ଯାଇଥିଲି 
ତାମ୍ପଡ଼ା ଶୁଖୁଆ ଆଣିଥିଲି ।
ଅଧେ କଲି କଞ୍ଚା ଲୋ 
ଅଧେ କଲି ଭଜା ।
ମୋ' ଭଉଣୀ ରାଣୀ ଲୋ
ମୋ' ଭାଇଟି ରଜା । 
(କଟକ)


ଡେଇଁ ଡେଇଁ ଗଲା ବଣି 
ତୋ'ର  ମୋ'ର ପୁଚି ଖେଳୁଥିବା 
ଦେଖି ମରୁଥିବେ ରାଣୀ ।
ଆମ୍ବ ପତର ମୋଡ଼ି ମୋଡ଼ିକା 
ପଣସ ପତର ଠୋଇଲା 
ତୋ'ର ମୋ'ର ପୁଚି ଖେଳୁଥିବା 
ଦେଖି ମରୁଥିବ ପୋଇଲା ।
ପୁନି ପୁନିକା ଶାଗ
ପୁନି ଯାଇଥିଲା  ବାଉଁଶ ଗାଡ଼ିଆ 
ପୁନିକି ଧଇଲା ବାଘ ।
(ବାଲେଶ୍ୱର) 

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment