Sunday, April 17, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୨୨ - ୨୮ 


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଶ୍ରୀ ଭଗବାନ ଉବାଚ 


ନ ମେ ପାର୍ଥାସ୍ତି କର୍ତ୍ତବ୍ୟଂ, ତ୍ରିଷୁ ଲୋକେଷୁ କିଞ୍ଚନ ।
ନାନାବାପ୍ତମବାପ୍ତବ୍ୟଂ ବର୍ତଏବ ଚ କର୍ମଣି ।୨୨।

ଆମ୍ଭର ଅପ୍ରାପ୍ୟ କିଛି ନାହିଁ ତ୍ରିଲୋକରେ । ଏଥକୁ କର୍ତ୍ତବ୍ୟ କିଛି ନାହିିଁ ସହଜରେ ।।
ତଥାପି ଦେଖୁଛ ତୁମ୍ଭେ ଆହେ ଫାଲଗୁନ । ସର୍ବଦା କରୁଛୁଁ ଆମ୍ଭେ କର୍ମ ଅନୁଷ୍ଠାନ  । ୨୨।

ୟଦି ହ୍ୟହଂ ନ ବର୍ତ୍ତେୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ । 
ମମ ବର୍ତ୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।୨୩।

ନ କରିବୁ ଯେବେ ଆମେ କର୍ମ ଅନୁଷ୍ଠାନ । ନ କରିବି ତେବେ କେହି କର୍ମ ଆଚରଣ ।।
ଆହେ ପାର୍ଥ ଯେଣୁ ଲୋକ ସକଳ ସଂସାରେ । ଚଳନ୍ତି ନିୟତ ଆମ୍ଭ ମତ ଦୃଷ୍ଟାନ୍ତରେ ।୨୩।

ଉତ୍ସୀଦେୟୁରିମେଲୋକା ନ କୁର୍ୟ୍ୟାଂ କର୍ମ୍ମଚେଦହମ୍ ।
ସଂକରସ୍ୟ ଚ କର୍ତ୍ତାସ୍ୟାମୁପହନ୍ୟାମିମାଃ ପ୍ରଜାଃ ।୨୪।

ପୁଣି ଯେବେ ନକରିବୁ କର୍ମଅନୁଷ୍ଠାନ । ନିଶ୍ଚୟ ହୋଇବେ ଲୋକ ସକଳ ଉତ୍ସନ୍ନ ।।
ହେବେ ଏଥେ ପ୍ରଜା ବର୍ଣ୍ଣସଙ୍କର ସମ୍ଭୁତ । ହେବୁଁ ସେମାନଙ୍କ ମଳିନତା ହେତୁ ଭୂତ ।୨୪।

ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ୟଥା କୁର୍ବନ୍ତି ଭାରତ ।
କୁର୍ୟ୍ୟାଦ୍ ବିଦ୍ୱାଂସ୍ତଥାସକ୍ତ ଶ୍ଚିକୀର୍ଷୁର୍ଲୋକସଂଗ୍ରହମ୍ ।୨୫।

ଯେମନ୍ତ ଅଜ୍ଞାନେ ଫଳ ପ୍ରତି ଆଶା କରି । ଆପଣା ଆପଣା କର୍ମ ଥାନ୍ତି ଅନୁସରି ।।
ସେହି ରୂପ ପୃଥିବୀରେ ଜ୍ଞାନୀଲୋକ ଗଣ । କରନ୍ତି ଆସକ୍ତି ତେଜି କର୍ମ ଅନୁଷ୍ଠାନ ।୨୫।

ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମ୍ମସଙ୍ଗିନାମ୍ ।
ୟୋଜୟେତ୍ସର୍ବକର୍ମାଣି ବିଦ୍ୱାନ୍ ୟୁକ୍ତଃ ସମାଚରନ୍ ।୨୬।

କର୍ମାସକ୍ତ ମୂର୍ଖମାନଙ୍କର ବୁଦ୍ଧିନାଶ । ଇଚ୍ଛାରେ କରିବେ ନାହିଁ ଜ୍ଞାନୀଏ ଅବଶ୍ୟ ।।
ଜ୍ଞାନୀଗଣ ନାନାରୂପେ କର୍ମ ଆୟୋଜନେ । ଶିକ୍ଷା ଦେବେ ମୂର୍ଖଗଣେ କର୍ମ ଅନୁଷ୍ଠାନେ ।୨୬।

ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ।
ଅହଂକାରବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ ।୨୭।

ପ୍ରକୃତି ଗୁଣରେ ହେଉଅଛି କର୍ମମାନ । ନିର୍ବୋଧେ ବୋଲନ୍ତି ଆମ୍ଭେ କଲୁ ଅନୁଷ୍ଠାନ ।୨୭।

ତତ୍ତ୍ୱବିତ୍ତୁ ମହାବାହୋ ଗୁଣକର୍ମବିଭାଗୟୋଃ ।
ଗୁଣାଗୁଣେଷୁ ବର୍ତ୍ତନ୍ତ ଇତି ମତ୍ତ୍ୱା ନ ସଜ୍ଜତେ ।୨୮।

ହୁଅନ୍ତି ଇନ୍ଦ୍ରିୟଗଣ ବିଷୟେ ପ୍ରବୃତ୍ତ । ତତ୍ତ୍ୱଜ୍ଞାନୀ ଲୋକେ ଏହା ହୋଇ ଅବଗତ ।।
ଗୁଣ କର୍ମ ପାର୍ଥକ୍ୟର ତତ୍ତ୍ୱକଥା ଜାଣି । ଆସକ୍ତ ହୁଅନ୍ତି ନାହିଁ ସେହି ତତ୍ତ୍ୱଜ୍ଞୀନୀ ।୨୮।

No comments:

Post a Comment