Tuesday, April 19, 2016

ପିଲାଙ୍କ ପାଇଁ ତିନୋଟି ଶୁଆଇବା ଗୀତ 




ଟପର ଟପର ବରଷେ ବରଷା 
କେଶୁର ମାଇଲା ଗଜା
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା । (ଯାଜପୁର)


ଆଇଲୋ କୋଇଲି ବଣକୁ ଯିବା
ପାକଲା ପାକଲା କେନ୍ଦୁ ଖାଇବା
କଞ୍ଚା କଞ୍ଚା କେନ୍ଦୁ ଫୋପାଡ଼ି ଦେବା 
ପଣସ ପତରେ ଘର ଛାଇବା
ଆମ୍ବ ପତର ପାରି ଶୋଇବା । (ଯାଜପୁର)


ନେ' ରେ ବଳଦ ଟୁଣିକି ଟାଣି
ଆଉ ତ ନାହିଁ ଦୋହଡ଼ା ପାଣି 
ପେଜ ମନ୍ଦାକ ପିଇଥା 
ଗୋବର ଲଣ୍ଡେ ଦେଇଥା । (ବାଲେଶ୍ୱର)

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment