ପଶ୍ଚିମ ଓଡ଼ିଶାର ପାଞ୍ଚଟି ଚଷାଗୀତ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧
ଏ କଖାରୁ ପତର ତ ମାରିଦେଲି ଆଂଶୁ
କଳା ଭ୍ରମରକୁ ଯେ କହିବ ଚାକେରି ଛାଡ଼ି ଆସୁ ଯେ ।
ଛାଡ଼ି ମୁଁ ନ ପାରଇ ରାଜା ଘର ସେବା
ତନୁ ପାତେଳିକି କହିବ
ଆନ ବରେ ଯାଆ ଯାଆ ଯେ ।
ଆନବର, ସ୍ୱାମୀରେ ମୋହର କାର୍ଯ୍ୟ ନାହିଁ
ବରଷକେ ଥରେ ହୋ ନ'ଇଲେ
ମରିବି ବିଷ ଖାଇ ହୋ । (ବୌଦ୍ଧ)
୨
ଘୁମାଇଁ ଘୁମାଇଁ କେତେ ଯାଉ ଦିନ
ଶୋଇଲା ଶ଼େଜରେ ତ ହଜିଲା ବାହାବିଦ ।
ମୋ'ର ବାହାବିଦ ତ ପାଇଥିଲେ ଦେବ
ଯେଉଁଥି ପାଇଁ ଅଳି ହେ କରୁଛ
ତହିଁରେ ଜଉମୁଦ ହୋ । (ସୋନପୁର)
୩
ଏ କହଇ ଅଙ୍ଗଦ ଯେ ଶୁଣ ହେ ଦଶକନ୍ଧ
ଏଡ଼େ ବଡ଼ କ୍ଷେତ୍ରୀ ହୋଇ ଅରଜିଲୁ ମନ୍ଦ
ଶ୍ରୀରାମ ଘରଣୀକୁ ତୁ ଆଣିଲୁ ଚୋରାଇ
ଶ୍ରୀରାମ ଘରଣୀକୁ ତୁ ଆଣିଲୁ ଚୋରାଇ
ଜାଣିଲେ ରାମ ତ ମାଡ଼ ମାରିବେ
ଦରିଆ ପାର ହୋଇ । (ବରଗଡ଼)
୪
ଏ ନାବ ତ ଦଦରା ଲୋ ଝଲକି ପଶେ ପାଣି
ଜଣ ଜଣ କରି ପାରି ଯେ କରିବି
ଗୋପର ଗଉଡ଼ୁଣୀ
ଗୋପର ଗଉଡ଼ୁଣୀ ଗୋପେ ହୁଅ ବାଇ
ଶ୍ରୀରାମ ବିଭା ବେଳେ ଲୋ ନ ଗଲ ବନ୍ଦାଇ
ତେଣୁ ଶାପ୍ୟ ଲୋ ପାଇଲ
ବୁଲାଇ ବିକ ଦହି ଗୋ। (ବଲାଙ୍ଗୀର)
୫
ଏ ଦହି ବହି ତ ବୁଲିଗଲେ ସାହି
ରାଧିକାର ଦହି ତ ଛୁଇଁ ନ ଯୋଗାଇ
ବଡ଼ ଦୋଚାରୁଣୀ ମାଇଁ ଯେ ରାଧିକା
କହ୍ନେଇ ସଙ୍ଗେ ବାଇ ହୋ । (ବଣେଇ)
ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର ସଙ୍କଳିତ 'ଉତ୍କଳ ଗାଉଁଲି ଗୀତ'
ଉତ୍ସ - ଶ୍ରୀ ଚକ୍ରଧର ମହାପାତ୍ର ସଙ୍କଳିତ 'ଉତ୍କଳ ଗାଉଁଲି ଗୀତ'
No comments:
Post a Comment