Wednesday, April 06, 2016

ପ୍ରେମ ପ୍ରୀତି ସଙ୍କ୍ରାନ୍ତୀୟ କିଛି ଓଡ଼ିଆ ଢ଼ଗ ଢ଼ମାଳୀ 


ଫଟୋ କ୍ରେଡ଼ିଟ୍ - ୱିକମିଡ଼ିଆ କମନସ୍ 


୧. କାକୁଡ଼ି ପରାୟେ ପୀରତି ଦେଖ, ବାହାରକୁ ତୁଲ ଭିତର ଫାଙ୍କ ।

୨. ଜର କଲେ ହାତୀ ମଲା ; ପରର ପୀରତି ଅଢ଼େଇଦିନିଆ, ମୁହଁ ମୋଡ଼ିଦେଲେ ଗଲା ।

୩. ପିତା ଶାଗ ବୁଦି ବୁଦି, ଭାଇନା କା ସାଙ୍ଗେ ପୀରତି କଲେ, ବନ୍ଧା ଦେଇ ସୁନା ମୁଦି । 

୪. ଯାହା ମନ ଯହିଁକି ରସେ, ତାକୁ କିଆଫୁଲ ପରି ବାସେ ।

୫. ହାଇରେ ରସିକ ରସିଲୁ, ମଧୁ ମାଳତୀକୁ ଛାଡ଼ି ଦେଇ  ଯାଇ, ପୋକଶୁଙ୍ଗା ବଣେ ପଶିଲୁ ।

୬. ତୋର ମୋର ସାଙ୍ଗୀ ; ତୁ ଧରିଥିବୁ ଆଇଁଷ ଆଟିକା, ମୁଁ ଧରିଥିବି ଡାଙ୍ଗି ।

୭. ପୁଅ ପରିଗୁଣ କେମନ୍ତେ ଜାଣିବ, ବୁଢା ଦିନେ ଯେବେ ପୋଷେ ;
     ସ୍ୱାମୀ ପରିଗୁଣ କେମନ୍ତେ ଜାଣିବ, ବୁଢ଼ୀ ଦିନେ ଯେବେ ରସେ ।

୮. ଭାଲୁ ସଙ୍ଗେ କଲେ ଭାବ, ନିଶ୍ଟୟ କାମୁଡ଼ା ପାଇବ ।

୯. କଖାରୁ ଚୋପି, ବେଳକାଳ ଜାଣି ଗଡ଼ିଲେ ଗୋପୀ । 

୧୦. ବାଲି ବନ୍ଧ ଶଠ ପୀରତି, ଏ ଦୁହେଁ ଏକା ରୀତି ।

୧୧. ଅଢ଼େଇ ଦିନକୁ ବଢ଼ଇ ପ୍ରୀତି, କୁଆ ଘେନିଗଲା କଜଳପାତି ।

ଶ୍ରୀ ସର୍ବେଶ୍ୱର ଦାସ କୃତ 'ସଂକ୍ଷିପ୍ତ ପ୍ରବାଦ ଓ ପ୍ରବଚନ କୋଷ'ରୁ ସଙ୍ଗୃହିତ । 

No comments:

Post a Comment