Monday, April 18, 2016

ତିନୋଟି 'ଦନାଇ ବଚନ' 


ସଜନା ଫୁଲ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ସଞ୍ଚାଣକୁ ଯେବେ ଦେଖଇ ପାରା
ବାଟୋଇ ଯେବେ ଦେଖେ ନଦୀଭରା
ଦିନ ଘୋଡ଼ା ଘୋଡ଼ା ରାତିକୁ ତରା 
ସକାଳ ପହରେ ବରଷାକରା 
ଧାନ ଉଷୁଆଁକୁ ନ ଆସେ ଖରା 
ଗହୀରା କୂଅକୁ ବୋଦକା ଗରା 
ନାଜିମାତ ଲୋକ ହେଲେ ମଗରା 
ରଜାଘରୁ ଯେବେ ଆସେ ଡଗରା 
ପୋଷା ପୁଅ ଯେବେ ହୁଏ ଛତରା 
ବୋଲେ ଦନାଇ ହୁଏ ଛାତିଥରା ।


ସଜନା ଖୁଣ୍ଟ, ଗରୀବ ଆଣ୍ଟ
ଅଦିଆ କଣ୍ଟ, ଗବର ବେଣ୍ଟ,
ଚାକର ଖେଣ୍ଟ, ଦଦରା ଘଣ୍ଟ,
ବେପାରୀ ରେଣ୍ଟ,
କହେ ଦନାଇ ଏ ନୁହଁ ସଲଣ୍ଟ ।


ସଜନା ଶାଗ ବଛାକୁ 
ଚିରା କରିଆ କଛାକୁ
ତବତ ଭାତ ତୁଚ୍ଛାକୁ
ପଣ୍ଡିତ ଲୋକ କୁତ୍ସାକୁ 
ବଣିଆ ଗାଲମୁଚ୍ଛାକୁ
ଦନାଇ ବାର୍ତ୍ତା ପୁଚ୍ଛାକୁ (ଅଡ଼ୁଆ)

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ । 

No comments:

Post a Comment