ଦକ୍ଷିଣ ଆଫ୍ରିକୀୟ କବି - ଇସାବେଲା ମୋତାଦିନ୍ୟାନେ (୧୯୬୩ - ୨୦୦୩)
![]() |
ଦକ୍ଷିଣ ଆଫ୍ରିକାର ଜୁଲୁ ସମ୍ପ୍ରଦାୟର ଗୃହର ଅନ୍ତର୍ଦେଶ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଇସାବେଲା
ମୋତାଦିନ୍ୟାନେଙ୍କର
ଜନ୍ମ ୧୯୬୩ ମସିହାରେ ସୋୱେତୋର
ମୋଫାଲୋ ସେଣ୍ଟ୍ରାଲ୍ ରେ । ପଢ଼ାପଢ଼ି
ମାତ୍ର ପଞ୍ଚମ ଶ୍ରେଣୀ
ପର୍ଯ୍ୟନ୍ତ । ଏହା ପରେ ସେ ପିଆନୋ
ବଜାଇବା ତଥା ଅଭିନୟ ଓ ନୃତ୍ୟାଦି
ବିଷୟରେ ଶିକ୍ଷାଲାଭ କଲେ । ସେ
‘ବୋତ୍ସୋତୋ ଜେଷ୍ଟର୍ସ୍’ ନାମକ
ଏକ କବିତା ପ୍ରକାଶନ ସଂସ୍ଥା
ସ୍ଥାପନ କରି ନିଜର ବନ୍ଧୁମାନଙ୍କ
ସହିତ ଏହାକୁ ଅନେକ କାଳ ପର୍ଯ୍ୟନ୍ତ
ଚଳାଇଥିଲେ । ୨୦୦୩ ମସିହାର ଫେବୃୟାରୀ
୧୯ ତାରିଖରେ ଅକାଳରେ ମୃତ୍ୟୁବରଣ
କଲା ପର୍ଯ୍ୟନ୍ତ ସେ ନିଜର କବିତାର
ସରଳ ମାନ୍ତ୍ରିକ ଉଚ୍ଚାରଣ ପାଇଁ
ଜନପ୍ରିୟ ହେବାକୁ ଆରମ୍ଭ କରିଥିଲେ
। ୨୦୦୭ ମସିହାରେ ତାଙ୍କର କବିତା
ସମଗ୍ର ‘ବେଲା’ ଶୀର୍ଷକରେ ସଙ୍କଳିତ
ହୋଇ ପ୍ରକାଶ ପାଇଲା ।
ଆସ
ସୁଜନେ
ଆସ
ସୁଜନେ
ହାକୁମ୍
ଧାବଲ
ଆସ
ସୁଜନେ
ହାକୁମ୍
ଧାବଲ
ଆସ
ସୁଜନେ
ବାଳୁଙ୍ଗା
ବାଛିବା
ଆସ
ସୁଜନେ
ମାଣ୍ଡିଆ
କାଟିବା
ଆସ
ସୁଜନେ
ଖଟିରେ
ବସିବା
ଆସ
ସୁଜନେ
ଉଶ୍ୱାସ
ହୋଇବା
ଆସ
ସୁଜନେ
ପଉଷ
ଆସିଲା
ଆସ
ସୁଜନେ
ଧାନ
ମହକିଲା
ଆସ
ସୁଜନେ
ଖୁସି
ବୋଲି କିଛି ଅଛି କି ଜାଣିଛ
କହ
ସୁଜନେ ।
ଆସ
ସୁଜନେ
ଆସ
ସୁଜନେ ।
ବି.ଦ୍ର. ଏହି କବିତାଟି ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ୦୯ ଅକ୍ଟୋବର ୨୦୧୬ରେ ପ୍ରକାଶିତ ହୋଇଥିଲା ।
No comments:
Post a Comment