ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୧
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
![]() |
ଅବୁ ଅଲ ହସନ (ଦଶମ-ଏକାଦଶ ଶତାବ୍ଦୀ) ଆଧୁନିକ ବୈଜ୍ଞାନିକ ପଦ୍ଧିତିର ଜନକ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସଭ୍ୟ
ମନୁଷ୍ୟର ହିସାବ କିତାବ ଅନୁଯାୟୀ
ସେ ଏବେ ଏକବିଂଶ ଶତାବ୍ଦୀର
ଦ୍ୱାରଦେଶରେ ଉପନୀତ । ଲିଖିତ
ଇତିହାସକୁ ଧରିବସିଲେ ବିଭିନ୍ନ
ଅଞ୍ଚଳର ସଭ୍ୟତାକୁ ମିଶାଇ ମନୁଷ୍ୟ
ସଭ୍ୟତାକୁ ଛଅ ସାତ ହଜାର୍ ବର୍ଷ
ହୋଇଗଲା । ଆଧୁନିକ ସଭ୍ୟତାକୁ
ତିନି ଶହ ବର୍ଷ ହୋଇଗଲାଣି ବୋଲି
ଧରାଯାଏ । ପଶ୍ଚିମର ଲୋକଙ୍କ
ମତାନୁଯାୟୀ ମନୁଷ୍ୟ ସଭ୍ୟତା
ଆଧୁନିକ ଯୁଗରେ ଉନ୍ନତିର ଚରମ
ବିନ୍ଦୁକୁ ସ୍ପର୍ଶ କରିଛି ।
ସେମାନେ କହନ୍ତି ଯେ ପୂର୍ବ
ସଭ୍ୟତାମାନଙ୍କ ଭଳି ଏହା ଏକ ଆଞ୍ଚଳିକ
ସଭ୍ୟତା ନୁହେଁ । ଏହା ହେଉଛି
ସମଗ୍ର ବିଶ୍ୱର ସଭ୍ୟତା । ପଶ୍ଚିମର
ଶିକ୍ଷା ପାଇଁ ଆମେ ମଧ୍ୟ ଏପରି
ଧାରଣା କରିଥାଉ । ଆଧୁନିକ
ସଭ୍ୟତାର ବିଶ୍ଳେଷଣ ଏ ପ୍ରବନ୍ଧର
ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଏହି
ଆଧୁନିକତାର ଏକ ଅନିର୍ବାର୍ଯ୍ୟ
ଉପାଦାନ ହେଉଛି ଆଧୁନିକ ବିଜ୍ଞାନ
ବା ଟେକ୍ନ୍ନୋଲୋଜି (ପ୍ରଯୁକ୍ତିବିଦ୍ୟା)
।
ଏହା ହିଁ ଆମ ପ୍ରବନ୍ଧର ଆଲୋଚ୍ୟ
ବିଷୟ ।
ଭାଷା
ଓ ବ୍ୟାକରଣଗତ ଅଙ୍କକୁ ଧରିବସିଲେ
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
ଗୋଟିଏ କଥା ନୁହନ୍ତି । କିନ୍ତୁ
ଗତ ପଚାଶ ବର୍ଷରୁ ଉର୍ଦ୍ଧ୍ୱର ସମୟ
ଧରି ପ୍ରସିଦ୍ଧ ଓ ପଣ୍ଡିତ ଲୋକମାନେ
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ
ଏକାର୍ଥବାଚକ ଭାବରେ ବ୍ୟବହାର
କରିଆସୁଛନ୍ତି । ଆମେରିକାର
ରାଷ୍ଟ୍ରପତି,
ଭାରତର
ପ୍ରଧାନମନ୍ତ୍ରୀ ଓ ପ୍ରୟୋଗଶାଳାରେ
କାମ କରୁଥିବା ବୈଜ୍ଞାନିକମାନେ
ଯନ୍ତ୍ରବିଦ୍ୟା ବା ପ୍ରଯୁକ୍ତିବିଦ୍ୟାକୁ
ଆଧୁନିକ ବିଜ୍ଞାନ ବୋଲି କହିବାରେ
କୁଣ୍ଠାବୋଧ କରନ୍ତି ନାହିଁ ।
ବର୍ଷକ ପୂର୍ବେ ଯେତେବେଳେ ଭାରତର
ବୈଜ୍ଞାନିକମାନେ ପରମାଣୁ ବୋମାର
ନିର୍ମାଣ କରି ଏକ ସଫଳ ପରୀକ୍ଷା
କଲେ, ପ୍ରଧାନମନ୍ତ୍ରୀ ବାଜପେୟୀ
ଉଲ୍ଲସିତ ହୋଇ ‘ଜୟ ବିଜ୍ଞାନ’
ଧ୍ୱନି ଦେଲେ । ‘ଜୟ କିଷାନ’ ସାଙ୍ଗରେ
‘ଜୟ ବିଜ୍ଞାନ’ ଯୋଡ଼ିବା ତାଙ୍କର
ଅଭିପ୍ରାୟ ଥିଲା ।
ଅଟଳ
ବିହାରୀ ବାଜପେୟୀ ‘ଜୟ ବିଜ୍ଞାନ’
ଧ୍ୱନି ଦେବାର ବହୁପୂର୍ବରୁ
ବିଜ୍ଞାନର ଜୟଜୟକାର ଚାଲିଛି ।
ଯେ କେହି ଶିକ୍ଷିତ ଲୋକ ବିଜ୍ଞାନ
ବିଷୟକ କୌଣସି ଦୀର୍ଘ ଚର୍ଚ୍ଚାର
ଆରମ୍ଭରେ ବିଜ୍ଞାନର ସ୍ତୁତି ଗାନ
କରେ । ଯେଉଁମାନେ ଆଧୁନିକ ବିଜ୍ଞାନର
କେତେକ ସମାଲୋଚନା କରିବାକୁ ଠିଆ
ହୁଅନ୍ତି, ସେମାନେ ମଧ୍ୟ ଲୋକେ
ତାଙ୍କୁ ଭୁଲ ନ ବୁଝନ୍ତୁ ଭାବି
ଆରମ୍ଭରେ ହିଁ ବିଜ୍ଞାନର ଅଭୂତପୂର୍ବ
ସାଫଲ୍ୟ ଗୁଡ଼ିକର ଉଦାହରଣ ଦିଅନ୍ତି
। ସାଧାରଣ ମଣିଷକୁ ଆଜି ଯେତିକି
ସୁଖ ସୁବିଧା ମିଳୁଛି,
ପୂର୍ବେ
ତାହା କେବେ ମିଳୁ ନଥିଲା । ପ୍ରଯୁକ୍ତି
ବିଦ୍ୟାର ସୁଲଭତା ଯୋଗୁଁ ଦାସ
ପ୍ରଥାର ଉନ୍ମୁଳନ କରାଯାଇପାରିଛି
। ଯେଉଁ ବ୍ୟାଧିଗୁଡ଼ିକର ଉପଶମ
ହୋଇପାରୁ ନଥିଲା ସେଗୁଡ଼ିକର
ଅବ୍ୟର୍ଥ ଔଷଧ ବାହାରି ସାରିଲାଣି
। ସର୍ବୋପରି ମନୁଷ୍ୟର ଗତି
ବଢ଼ିଯାଉଛି ଓ ଦୂରତା ଉପରେ ସେ
ବିଜୟ ଲାଭ କରିଛି ।
ଏହି
ପ୍ରକାରର ସ୍ତୁତିଗାନ ପରେ ବିଜ୍ଞାନର
ଯେଉଁସବୁ ସମାଲୋଚନା ହୁଏ ସେଗୁଡ଼ିକରେ
ଆଉ ଗୁରୁତ୍ୱ ନଥାଏ । ସମାଲୋଚନାର
ଉଦ୍ଦେଶ୍ୟ ସୀମିତ ବୋଲି ମନେହୁଏ
। ବିଜ୍ଞାନ କିମ୍ବା ପ୍ରଯୁକ୍ତି
ବିଦ୍ୟାର ମୌଳିକ ପରିର୍ବନର
ଆବଶ୍ୟକତା ଅନୁଭୂତ ହୁଏନାହିଁ
। ଅର୍ଥାତ,
ଯଦି
କିଛି ଅପୂର୍ଣ୍ଣତା ରହିଛି ତାକୁ
ଦୂର କରିବା ଆବଶ୍ୟକ,
କିନ୍ତୁ
ବିଜ୍ଞାନର ବିଜୟକୁ ପ୍ରଶ୍ନ କରାଯାଇ
ନପାରେ । ଅଶିକ୍ଷିତ
ମଣିଷ ଜଟିଳ ଶବ୍ଦ କିମ୍ବା
ବାକ୍ୟମାନଙ୍କର ରଚନା କରିପାରେ
ନାହିଁ । ତାକୁ ଆଧୁନିକ ବିଜ୍ଞାନ
ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ
ପ୍ରଶ୍ନ କଲେ ସେ କହିବ,
ବିଜ୍ଞାନ
ବହୁତ ଉନ୍ନତି କରିଛି ଓ ଚମକ୍ରାର
କାର୍ଯ୍ୟମାନ କରୁଛି । ଏହାହିଁ
ସତ୍ୟ ବୋଲି ମନେହୁଏ । କିନ୍ତୁ
ମଣିଷ ଜାତିର ତାହା ଦ୍ୱାରା କଲ୍ୟାଣ
ବା ଉତ୍ଥାନ ହେଲା ବୋଲି ଉପରୋକ୍ତ
କଥନରୁ ବାହାରୁଛି କି ?
ଚମକ୍ରାର
ଜିନିଷଗୁଡ଼ିକ ପ୍ରାୟ ଜନସାଧାରଣଙ୍କର
ମୌଳିକ କାର୍ଯ୍ୟରେ ଲାଗନ୍ତି
ନାହିଁ,
ଯାଦୁକର
ତା ଟୋପି ଭିତରୁ ବାହାର କରୁଥିବା
ଅଣ୍ଡା ଭଳି । ଟୋପିରୁ ଅଣ୍ଡା-
ଅତି
ଚମକ୍ରାର । କିନ୍ତୁ ଏହା କେତେ
କାମରେ ଲାଗେ ?
ଏକଥାକୁ
କେହି କାଟିପାରିବେ ନାହିଁ ଯେ
ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତି
ବିଦ୍ୟା ମଣିଷ ସମାଜ ପାଇଁ ଏକ ନୂଆ
ଯୁଗ ସୃଷ୍ଟି କରିଛି । ମାନବୀୟ
ଭୂଗୋଳର ଏପରି କୌଣସି ବିଭାଗ ନାହିଁ
ଯାହାର କାୟା ପରିବର୍ତ୍ତନ ଏହି
ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ
ହୋଇନାହିଁ । କିନ୍ତୁ ଏହି କାୟା
ପରିବର୍ତ୍ତନ ଦ୍ୱାରା ମଣିଷ ସମାଜର
ସ୍ଥିତି କେତେ ବେଶୀ ଯୁକ୍ତିଯୁକ୍ତ
ଓ ସୁଖପ୍ରଦ ହୋଇଛି ?
No comments:
Post a Comment