Tuesday, October 04, 2016

ପଣସ କଠା ଭଜା 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସାମଗ୍ରୀ - ଗୋଟିଏ ଛୋଟ ପଣସ କଠା, ଅଧ କପ ଅରୁଆ ଚାଉଳ, କପେ ନଡ଼ିଆ କୋରା, ଏକ ଚାହା ଚାମଚ ହଳଦୀ ଗୁଣ୍ଡ ଦୁଇ ଚାହା ଚାମଚ ଜୀରା, ତିନୋଟି କଞ୍ଚା ଲଙ୍କା, ସୁଆଦ ଅନୁସାରେ ଲୁଣ, ଭାଜିବା ପାଇଁ ତେଲ ।

ପ୍ରଣାଳୀ - ଅରୁଆ ଚାଉଳକୁ ତିନି ଘଣ୍ଟା ବତୁରାଇ ଦିଅନ୍ତୁ । ପଣସକୁ ତେଲ ହାତ ଦେଇ ଚୋପା ଓ ଅଠା ଛଡ଼ାଇ ଦିଅନ୍ତୁ । ଏହାକୁ ଛୋଟଛୋଟ ଖଣ୍ଡ କରି କାଟନ୍ତୁ । ଏକ ଚାହା ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାହା ଚାମଚ ଲୁଣ ଦେଇ କଟା ହୋଇଥିବା ପଣସ କଠାକୁ ପ୍ରେସର କୁକରରେ ସିଝାଅନ୍ତୁ । ସିଝିଗଲା ପରେ ପାଣି ନିଗାଡ଼ି ଦିଅନ୍ତୁ । ବତୁରା ଅରୁଆ ଚାଉଳ,  କୋରା ନଡ଼ିଆ, ଜୀରା ଓ ଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଏହି ବଟାକୁ ସିଝା ପଣସ କଠାରେ ଗୋଳାଇ ଦିଅନ୍ତୁ । ଚେପେଟା, ଗୋଲ ଗୋଲ ବରା କରି ଅଳପ ଆଞ୍ଚରେ ଓ କମ ତେଲରେ ଭାଜନ୍ତୁ ।

No comments:

Post a Comment