କଟକ ଅଞ୍ଚଳର ଲୋକଗୀତ - 'ଅଟର ମଟର କାଉଁରିଆ'
![]() |
ଅଶ୍ୱଶାସ୍ତ୍ର ଶାଳିହୋତ୍ରର ଦୁଇଟି ପୃଷ୍ଠା (ୱାଶିଙ୍ଗଟନ୍ ବିଶ୍ୱବିଦ୍ୟାଳୟର ସଙ୍ଗ୍ରହ) ଫଟୋକ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଅଟର ମଟର କାଉଁରିଆ
ତୋ ପୁଅ ନାଁ ବାଉରିଆ ।
ବାଉରିଆ ଗଲା ମାଛ ଧରି
ଆଣିଲା ଶେଉଳ ଗୋଟେ ମାରି ।
ଅଧେ କଲା ଭଜା, ଅଧେ କଲା ସିଝା
ତୋ ଭଉଣୀ ରାଣୀଲୋ, ମୋ ଭାଇ ରଜା
ରଜା ପୁଅ ବଗୁଲା
ସେଇଟା ବଡ଼ ଚଗଲା,
ଆସିଲା ଦିନେ ଘୋଡ଼ା ଚଢ଼ି
ପଡ଼ିଗଲା ସେ ମୁହଁ ମାଡ଼ି
ବାଜିଲା ଢ଼ୋଲ ବାଜା, ପିଲେ ମାଇଲେ ମଜା
ତୋ ଭଉଣୀ ରାଣିଲୋ, ମୋ ଭାଇ ରଜା ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment