Sunday, October 02, 2016

ଭୃସଙ୍ଗ ପତ୍ର ଚଟଣି 


ଭୃସଙ୍ଗ ପତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ସାମଗ୍ରୀ - ଦୁଇ କପ କଅଁଳିଆ ଭୃସଙ୍ଗ ପତ୍ର, ତେଲ ଏକ ଟେବୁଲ ଚାମଚ ତିନିଟା କଞ୍ଚା ଲଙ୍କା, ଏକ କପ ନଡ଼ିଆ କୋରା, ଦୁଇ ଟେବୁଲ ଚାମଚ ତେନ୍ତୁଳି ରସ, ଅଧ ଚାହା ଚାମଚ ଗୋଟା ଜୀରା, ଏକ ଚାହା ଚାମଚ ଗୁଡ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - କରେଇରେ ଦଶ ଗ୍ରାମ ତେଲ ପକାଇ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ । ଏଥିରେ ଜୀରା ପକାନ୍ତୁ । ଏହାର ଗୋଟିଏ ମିନିଟ ପରେ ଆଞ୍ଚ ପୁରା କମାଇ, ନଡ଼ିଆ କୋରା ଓ ଭୃସଙ୍ଗ ପତ୍ର ପକାଇ, ପାଞ୍ଚ ମିନିଟ ଭାଜନ୍ତୁ । ଏହି ଭଜା ନଡ଼ିଆ ଓ ଭୃସଙ୍ଗ ପତ୍ରରେ ଲୁଣ, କଞ୍ଚାଲଙ୍କା, ତେନ୍ତୁଳି ରସ, ଗୁଡ଼ ଦେଇ ବାଟି ଦିଅନ୍ତୁ । ଭୃସଙ୍ଗ ପତ୍ର ଚଟଣି ତିଆରି ହୋଇଗଲା ।

No comments:

Post a Comment