ମେଦିନୀପୁର ଅଞ୍ଚଳର ଲୋକଗୀତ - ବୋହୂ ଚାଲି ନ ଜାଣଇ ଗୋ
![]() |
ଫଟୋ କ୍ରେଡ଼ିଟି - ୱିକିମିଡ଼ିଆ କମନ୍ସ୍ |
ବୋହୂ ଚାଲି ନ ଜାଣଇ ଗୋ
ପାଦ ପଡ଼ୁଥାଇ ବଙ୍କା
ଯୋଉଦିନ ବୋହୂ ସଳଖି ଚାଲିବ
ଘରେ ପଡ଼ିଯିବ ଡକା ।
ଯୋଉଦିନ ବୋହୂ ବାପ ଘର ଠଉଁ
ଶଶୁରହ ଘର ଅଇଲା
ଆପଣାର ପତି ସଙ୍ଗ ନ କରିଣ
ପରକୁ ସେ ରସାଇଲା ।
ବୋହୂ ଗୋଟିଏ ମୁଁ କରି ଆଣି ଅଛି
କାଉନ୍ଦା ଘରର ଝିଅ
ନ ହୁଏ ଲମ୍ପଟୀ ବାଞ୍ଛୀ କରପଟୀ
ତିନିଆଡ଼େ ତିନିପୁଅ ।
ବୋହୂ ବାରୁଆଳି ବଡ଼ ଦୂରଦଣ୍ଡୀ
ପଚିଶି ନଣନ୍ଦ ଜାଳା ନ ସହିଣ
ହେଉଛି ପଡ଼ିଶା ପିଣ୍ଡି ।
ପୁତ୍ରବଧୁ ଯେଉଁଦିନ ଏକତ୍ର ହୋଇବେ
ଚତୁବର୍ଗ ଫଳ ପାଇ
ରଘୁ ଅରକ୍ଷିତ ଭରସା କରିଛି
ବୋହୂକୁ ଭେଟିବା ପାଇଁ ।
ବୋହୂକୁ ଭେଟିବା ପାଇଁ ।
ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।
No comments:
Post a Comment