Sunday, October 09, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୮



ଯମ ଓ ନଚିକେତା 

ନିଦ୍ରାର ଉତ୍ସର୍ଗେ ନର ଲଭିଲେ ଆରାମ
ପ୍ରାଣ ଇନ୍ଦ୍ରିୟାଦି ଭଜେ କାର୍ଯ୍ୟରୁ ବିରାମ ।

ପ୍ରାଣେନ୍ଦ୍ରିୟଗଣ ଯେବେ ନିଦ୍ରା ଅଭିଭୂତ
ସ୍ୱପନେ ସେ ସୃଜେ ଭୋଗ୍ୟ ବିଷୟ ଅଦ୍ଭୁତ ।

ଭୋଗେ ଇଚ୍ଛାମତେ ଯେହୁ ଇଷ୍ଟ ସୁଖରାଶି
ସେହି ଶୁଦ୍ଧ ସମୁଜ୍ଜ୍ୱଳ ବ୍ରହ୍ମ ଅବିନାଶୀ ।

ଭୂଲୋକ ଦ୍ୟୁଲୋକ ଆଦି ସର୍ବେ ବ୍ରହ୍ମାଶ୍ରିତ 
ନୁହେ ନଚିକେତ, କିଛି ବ୍ରହ୍ମରୁ ଅତୀତ ।

ଶରୀର ବିଭେଦେ ଆତ୍ମା ନୁହେ ଭିନ୍ନ ଭିନ୍ନ 
ସକଳ ଅନ୍ତରେ  ଆତ୍ମା ଏକ ଅବିଚ୍ଛିନ୍ନ । (ନ.ଉ. ୨।୨।୩୧-୩୨)

No comments:

Post a Comment