ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୨
![]() |
ଦର୍ପଣରେ ମୁଖ ଅବଗାହନ କରୁଥିବା ସୁନ୍ଦରୀ କର୍ଣ୍ଣାଟକର ଦ୍ୱାଦଶ ଶତାବ୍ଦୀର ହାଲେବିଡ଼ୁର ମନ୍ଦିର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସର୍ବଭୂତ ଅନ୍ତରାୟ ସର୍ବମୂଳାଧାର
ଯା'ର ବଶେ ଆତଯାତ ନିଖିଳ ସଂସାର ।
ବିଶୁଦ୍ଧ ବିଜ୍ଞାନ ରୂପେ ନିଜେ ନିତ୍ୟ ଏକ
ନାମ ରୂପ ଆଦି ଭେଦେ ହୁଅନ୍ତି ଅନେକ ।
କରେ ସେ ଅଖଣ୍ଡ ବ୍ରହ୍ମ ସ୍ୱରୂପ ଦର୍ଶନ,
ନିଜ ହୃଦ ମୁକ୍ତାକାଶେ ଯେ ବିବେକୀ ଜନ ।
ସ୍ୱଚ୍ଛ ଦରପଣେ ଦେଖେ ଯଥା ନିଜ ମୁଖ
ଲଭେ ସେ ଶାଶ୍ୱତ ଶାନ୍ତି ଆତ୍ମାନନ୍ଦ ସୁଖ ।
ବିଷୟେ ଆଶକ୍ତ ଅନ୍ୟ ଅବିବେକୀ ନରେ
ନ ଦେଖନ୍ତି ଆତ୍ମରୂପ ଆପଣା ଅନ୍ତରେ ।
ପାଇବେ ଶାଶ୍ୱତ ସୁଖ କାହୁଁ ସେ ଅଧମ
ନ ଚିହ୍ନି ନିଜକୁ ନିଜେ ଅଜ୍ଞାନ ବିଭ୍ରମ । (ନ.ଉ. ୨।୨।୩୩)
No comments:
Post a Comment