ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୬
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
![]() |
ଖଣିରେ କାର୍ଯ୍ୟରତ ଗ୍ରୀକ ଦାସ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେଉଁ
ଦେଶମାନେ ଆଧୁନିକ ପ୍ରଯୁକ୍ତି
ବିଦ୍ୟାର ଅଦ୍ଭୂତପୂର୍ବ ଉନ୍ନତି
ଘଟାଇଛନ୍ତି,
ସେମାନଙ୍କୁ
ଏବେ ସାମ୍ରାଜ୍ୟବାଦୀ କହିଲେ
ହୁଏତ ସେମାନେ ଆପତ୍ତି କରିବେ । କିନ୍ତୁ
ପଚାଶ ବର୍ଷ ବା ଶହେ ଦେଢ଼ ଶହ ବର୍ଷ
ପୂର୍ବେ ସେମାନେ ନିର୍ବିବାଦୀୟ
ଭାବରେ ସାମ୍ରାଜ୍ୟବାଦୀ ଥିଲେ
। ଆଧୁନିକ ପ୍ରଯୁକ୍ତିବିଦ୍ୟାର
ପ୍ରଭାବଶାଳୀ ରୂପ ସେଇ ସମୟରେ
ବାହାରିଲା । ସେମାନେ ଏପରି
ବୈଜ୍ଞାନିକ କୌଶଳର ଅନୁସନ୍ଧାନ
କଲେ ଯାହାଦ୍ୱାରା ବଡ଼ ବଡ଼
ସାମ୍ରାଜ୍ୟର ଆର୍ଥିକ ଓ ରାଜନୈତିକ
ନିୟନ୍ତ୍ରଣ କରିପାରିବେ । ସାମ୍ରାଜ୍ୟର
ସବୁ ବଜାରକୁ ଜିନିଷ ପଠାଇ ପାରିବେ । ତଥା ସାମ୍ରାଜ୍ୟର ସବୁ କୋଣରୁ ନିଜର
ଦରକାରୀ ଜିନିଷ ଆଣିପାରିବେ,
ଇତ୍ୟାଦି
। ବିଜ୍ଞାନର ତାତ୍ତ୍ୱିକ ଆବିଷ୍କାରଗୁଡ଼ିକ
ଏଥିପାଇଁ ସାହାଯ୍ୟକାରୀ ହେଲା
।
କମ୍ପାନୀମାନେ ଓ ସରକାରମାନେ
ଖର୍ବ ଖର୍ବ ପରିମାଣର ଟଙ୍କା
ଖର୍ଚ୍ଚ କରି ଶ୍ରେଷ୍ଠ ଏବଂ
ବିଚକ୍ଷଣ ବୈଜ୍ଞାନିକମାନଙ୍କୁ
ଅର୍ଥଲାଭ ଓ ପ୍ରତିଷ୍ଠାର
ଲୋଭ ଦେଖାଇ ଏହି କାର୍ଯ୍ୟରେ
ଲଗାଇଲେ । ବୈଜ୍ଞାନିକମାନେ
ଗବେଷଣାଦ୍ୱାରା ଶୋଷଣ ଓ ଶାସନର
ଯନ୍ତ୍ରଗୁଡ଼ିକୁ ଅଦ୍ଭୁତ ଭାବରେ
କ୍ଷମତାଶୀଳ କରିଦେଲେ । କମ୍ପାନୀମାନେ
ଓ ଶାସକମାନେ ଏହି ଅତି କ୍ଷମତାସମ୍ପନ୍ନ
ଯନ୍ତ୍ରମାନଙ୍କୁ ବ୍ୟବହାର କରି
ସାରା ପୃଥିବୀକୁ କିଣିନେଲେ ।
ବୈଜ୍ଞାନିକମାନେ ଗବେଷଣାର ସୁବିଧା
ପାଇଁ ଆନନ୍ଦିତ । ସେମାନେ ଜାଣନ୍ତି
ନାହିଁ,
ଓ
ଜାଣିବାକୁ ଚେଷ୍ଟା କରନ୍ତି ନାହିଁ
ଯେ ସେମାନଙ୍କ ଦ୍ୱାରା ଉଦ୍ଭାବିତ
ଯନ୍ତ୍ରଗୁଡ଼ିକ କିପରି ଶୋଷଣ ଓ
ଧ୍ୱଂସ ଉଦ୍ଦେଶ୍ୟରେ ବ୍ୟବହୃତ
ହେଉଛି । ସେମାନଙ୍କ ଭିତରୁ ଅଧିକାଂଶ
ସରଳ ଭାବରେ ବିଶ୍ୱାସ କରିନିଅନ୍ତି
ଯେ ଏହି ଯନ୍ତ୍ରଗୁଡ଼ିକ ସାହାଯ୍ୟରେ
ମନୁଷ୍ୟ ସମାଜ ଅଧିକ ସଭ୍ୟ ଓ ସୁଖୀ
ହେଉଛି । ବିଶ୍ୱବିଦ୍ୟାଳୟ ଓ ସଞ୍ଚାର
ମାଧ୍ୟମ ଏହି ମିଥ୍ୟା ଧାରଣାକୁ
ଅହରହ ପ୍ରଚାରିତ କରୁଛନ୍ତି ।
ଆଧୁନିକ
ପ୍ରଯୁକ୍ତିବିଦ୍ୟାର ନିର୍ମାଣ
ଓ ବ୍ୟବହାର ସାଙ୍ଗରେ ସାମାଜିକ
ପ୍ରତିଷ୍ଠା ଓ ଧନର ସଞ୍ଜୋଗ ରହିଛି । ଯେମିତି
ଆଜିକାଲି କମ୍ପ୍ୟୁଟର ଓ
ଇଲେକ୍ଟ୍ରୋନିକ-ମନୋରଞ୍ଜନ
ସାଙ୍ଗରେ ପଇସା ଓ ପ୍ରତିଷ୍ଠାର ଆକାଂକ୍ଷା ମେଧାବୀ ଯୁବକଯୁବତୀମାନଙ୍କର
ଥାଏ । ଯେଉଁମାନେ ଆଦର୍ଶବାଦୀ ଓ
ସମାଜର କଲ୍ୟାଣ ଚାହାନ୍ତି,
ସେମାନେ
ମଧ୍ୟ ଏହିସବୁ କ୍ଷେତ୍ରରେ ଜୀବିକା
ପାଇଁ ପ୍ରବେଶ କରୁଛନ୍ତି । ଯେଉଁ
କାମରୁ ଆମେ ଉପାର୍ଜନ କରୁ ତାହାର
ସପକ୍ଷର ଯୁକ୍ତିଗୁଡ଼ାକୁ ଶୀଘ୍ର
ଗ୍ରହଣ କରିନେଉ । ତେଣୁ ବିଜ୍ଞାନ
କ୍ଷେତ୍ରରେ କାମ କରୁଥିବା ଲୋକେ
ଆଧୁନିକ ବିଜ୍ଞାନ ସପକ୍ଷରେ ଥିବା
ଭ୍ରାନ୍ତିଗୁଡ଼ିକର ସହଜରେ ଶିକାର
ହୁଅନ୍ତି ।
ସବୁ ଯୁଗରେ କିଛି
ଭ୍ରାନ୍ତି ଓ ଅନ୍ଧବିଶ୍ୱାସ ଥାଏ
। ଗ୍ରୀକ ଓ ରୋମାନ ସଭ୍ୟତାର
ଉତ୍କର୍ଷ ସମୟରେ ସେଇ ସମୟର
ମହାପଣ୍ଡିତ ଓ ପ୍ରଗତିଶୀଳ ଲୋକମାନେ
ଦାସପ୍ରଥାକୁ ଏକ ସ୍ୱାଭାବିକ
ନିୟମ ଭାବରେ ଗ୍ରହଣ କରୁଥିଲେ ।
ନାରୀକୁ ପୁରୁଷ ତୁଳନାରେ ଅଯୋଗ୍ୟ
ବୋଲି ଭାବିବାର ବଦ୍ଧମୂଳ ଧାରଣା
ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ
ୟୁରୋପୀୟ ଦେଶମାନଙ୍କରେ ଥିଲା
। ମଧ୍ୟଯୁଗରେ ବହୁଦେଶର ଜ୍ଞାନୀ
ଓ ଦାର୍ଶନିକମାନେ ମଧ୍ୟ ମନୁଷ୍ୟାକୃତିର
ଈଶ୍ୱରଟିଏ ଅଛି ବୋଲି ଧରିନେଉଥିଲେ
। ଆମେ ମଧ୍ୟ ଅନେକ କଥାକୁ ପ୍ରଶ୍ନ
ନକରି ଧରିନେଉ । ପ୍ରତ୍ୟେକ ଯୁଗରେ
ଏପରି କିଛି କଥା ଥାଏ । ଆଧୁନିକ
ଯୁଗର ମହାନ ଭ୍ରାନ୍ତି ହେଉଛି
ପ୍ରଯୁକ୍ତିବିଦ୍ୟା ବିଷୟରେ ।
ଯୁଗଭ୍ରାନ୍ତି
କାରଣରୁ କାର୍ଲ ମାର୍କ୍ସ ସବୁ
ମାନବୀୟ ଘଟଣାକୁ ଶ୍ରେଣୀ
ସ୍ୱାର୍ଥଦ୍ୱାରା ପ୍ରଭାବିତ ବୋଲି
ଶିକ୍ଷା ଦେଲେ । କିନ୍ତୁ, ପ୍ରଯୁକ୍ତିବିଦ୍ୟାକୁ ଶ୍ରେଣୀ ସ୍ୱାର୍ଥର
ଊଦ୍ଧ୍ୱର୍ରେ ରଖିଲେ । କମ୍ୟୁନିଷ୍ଟ ଆନ୍ଦୋଳନକୁ ଦୁନିଆରେ ଏତେ ବଡ଼
ସଫଳତା ମିଳିବା ସତ୍ତ୍ୱେ ସୋଭିୟତ୍
ଋଷ ଓ ପୂର୍ବ ୟୁରୋପର କମ୍ୟୁନିଷ୍ଟ ସରକାରଗୁଡ଼ିକ ଯଥେଷ୍ଟ ପୂର୍ବାଭାସ
ନଦେଇ ହଠାତ୍ ଭୁଷୁଡ଼ି ପଡ଼ିଲେ । ବଞ୍ଚି ରହିଥିବା
କମ୍ୟୁନିଷ୍ଟ ଦଳମାନେ ପୁଞ୍ଜିବାଦର
ବିକଳ୍ପ ଖୋଜିବା ଛାଡ଼ିଦେଲେ ।
ଏହି ଦୁଃଖାନ୍ତକ ମହାନ ଐତିହାସିକ
ଘଟଣାର ଏ ପର୍ଯ୍ୟନ୍ତ କୌଣସି
ବିଶ୍ୱାସଯୋଗ୍ୟ ବିଶ୍ଳେଷଣ
ହୋଇନାହିଁ ।
No comments:
Post a Comment