ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୩
![]() |
ରାଜା ରବି ବର୍ମା କୃତ 'ବିଶ୍ୱାମିତ୍ର ଓ ମେନକା' ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ସୁରାସୁରନର ଅବା ଜଙ୍ଗମ ସ୍ଥାବର
ଚରାଚର ବିଶ୍ୱଲୋକେ ସକଳ ନଶ୍ୱର ।
ଆତ୍ମା ଏକା ଅନଶ୍ୱର ସମସ୍ତ ନଶ୍ୱରେ
ଆତ୍ମା ଏକା ନିତ୍ୟ ସର୍ବ ଅନିତ୍ୟ ଅନ୍ତରେ ।
ସମସ୍ତ ଚେତନେ ଆତ୍ମା କେବଳ ଚେତନା
ଏକ ଆତ୍ମା ପୂର୍ଣ୍ଣ କରେ ଅସଂଖ୍ୟ କାମନା ।
ଆତ୍ମଦର୍ଶୀ ଜ୍ଞାନୀ ଜନେ ମିଳେ ନିତ୍ୟ ସୁଖ
ଆତ୍ମଜ୍ଞାନମୂଢ଼ ତହୁଁ ସତତ ବିମୁଖ ।
ସେ ଶାଶ୍ୱତ ଆତ୍ମାନନ୍ଦ ସେ ସୁଖ ଅଶେଷ,
ଇତର ଜନ ବା କିଏ କରିବ ନିର୍ଦ୍ଦେଶ ? (ନ.ଉ. ୨।୨। ୩୩-୩୪)
No comments:
Post a Comment