Wednesday, October 05, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୫


ଧ୍ୟାନମଗ୍ନ ନରଙ୍କର ବ୍ରୋଞ୍ଜ ପ୍ରତିମା
ସ୍ଥପତି - ମାଲଭିନା ହଫମାନ୍
ଶିକାଗୋ ସଙ୍ଗ୍ରହାଳାୟର ସଙ୍ଗ୍ରହ

ପ୍ରଣାପାନ ବାୟୁ ବଳେ ବଞ୍ଚି ନାହିଁ ନର
ଜୀଇଁଛି ଯା' ଯୋଗେ ପ୍ରାଣାପାନୁ ସେ ଇତର ।

ନରଦେହେ ପରମାତ୍ମା ଜୀବନ ନିଦାନ 
ଯାହାର ଆଶ୍ରୟେ ପିଣ୍ଡେ ରହେ ପ୍ରାଣାପାନ ।

ବହୁ ଉପାଦାନେ ଗଢ଼ା ପଦାର୍ଥ ନିଚୟ 
ଆହାର ଉଦ୍ୟାନ ଶଯ୍ୟା ବସନ ଆଳୟ ।

ଲାଗେ ନାହିଁ କେବେ ଯଥା ନିଜ ପ୍ରୟୋଜନେ
ଲୋଡ଼ା ହୁଏ ସଦା ଅନ୍ୟ ସମ୍ଭୋଗ ସାଧନେ ।

ପ୍ରାଣାପାନ ଇନ୍ଦ୍ରିୟାଦି ତଥା ସହଯୋଗେ
ଅବିରତ କାର୍ଯ୍ୟେ ରତ ଆତ୍ମା ଉପଭୋଗେ ।

ଏ ସକଳୁଁ ଆତ୍ମା ଭିନ୍ନ ନିତ୍ୟ ଅସଂହତ
ପ୍ରାଣାପାନ ଆଦି ସର୍ବେ ଆତ୍ମାର ଆୟତ୍ତ । (ନ.ଉ. ୨।୨।୩୦-୩୧)

No comments:

Post a Comment