ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୫
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
![]() |
୧୯୧୦ ମସିହାର ଫୋର୍ଡ ମଡେଲ ଟି ଗାଡ଼ି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କିନ୍ତୁ
ୟୁରୋପ-ଆମେରିକା
ଚାହାନ୍ତି ଯେ ଆମର ଯନ୍ତ୍ରପାତିର
ପରିମାଣ ବଢ଼ୁ । ତାହା ହେଲେ ସେମାନଙ୍କ
ଦ୍ୱାରା ତିଆରି ଜିନିଷର ବିକ୍ରି
ବଢ଼ିଚାଲିବ । ସେମାନେ ଯେତେବେଳେ
ଆମ ଦେଶକୁ ଆସିବେ,
ସେମାନଙ୍କର
ଯାତାୟତର ସୁବିଧା ପାଇଁ,
ସେମାନଙ୍କର
ରହଣି ଓ ମନୋରଞ୍ଜନ ପାଇଁ,
ସେମାନେ
ତାଙ୍କ ଦେଶର କଥା କହିଲେ ଆମେ ତାହାର ଉତ୍ତର ଦେବାପାଇଁ,
ସେମାନେ
ଡାକରା ଦେଲେ ଆମେ ଶୀଘ୍ର ତାଙ୍କ
ପାଖରେ ପହଞ୍ଚି ଯିବା
ପାଇଁ,
ଆମ
ଦେଶରେ ସେମାନଙ୍କର ବ୍ୟାପାରର
ପରିଚାଳନା ପାଇଁ -
ଏସବୁ
ପାଇଁ ଆମ ଦେଶରେ ମଧ୍ୟ ଅତ୍ୟାଧୁନିକ
ଯନ୍ତ୍ରପାତିର ପ୍ରଚଳନ ହେବା
ଆବଶ୍ୟକ । ଅଳ୍ପ ଲୋକ ତାହାର ସୁବିଧା
ପାଇବେ ସତ । ସେଥିରେ କଅଣ ହୋଇଗଲା ?
ଦେଶକୁ
ଆଧୁନିକତା ଆସିଯିବ -
ଏହା
ଆମ ସନ୍ତୋଷର ବିଷୟ ନୁହେଁ କି?
ଏହାକୁ
ଅଗ୍ରାଧିକାର ଦେବାକୁ ହେବ ।
ପଇସା
ନିଅ ହେଲେ ଆମେ ଆମ କଞ୍ଚା ମାଲ ଓ ମାନବ
ଶ୍ରମକୁ ଶସ୍ତାରେ ବିକି ଦେବା;
ବୀମା,
ବନ୍ଦର
ଓ ଖଣିମାନଙ୍କର ମାଲିକାନା ବିଦେଶୀଙ୍କ
ହାତରେ ସମର୍ପି ଦେବା;
ଋଣ
ଉପରେ ଋଣ କରିବା;
ଅନ୍ୟାନ୍ୟ
ସବୁ କାର୍ଯ୍ୟରେ ଖର୍ଚ୍ଚକାଟ
କରିବା । ‘ଅନ୍ୟାନ୍ୟ ସବୁ ଖର୍ଚ୍ଚ’
କହିଲେ ତାହା ଭିତରେ ଶିକ୍ଷା ଅଛି,
ସ୍ୱାସ୍ଥ୍ୟ
ଅଛି ଓ କର୍ମନିଯୁକ୍ତି ଅଛି ।
ଆଧୁନିକ ପ୍ରଯୁକ୍ତିବିଦ୍ୟା
ଆଣିବା ଉଦ୍ଦେଶ୍ୟରେ ଆମେ ମାଗଣା
ଶିକ୍ଷାଦାନର ବ୍ୟବସ୍ଥାକୁ ବନ୍ଦ
କରିଦେବା । କର୍ମନିଯୁକ୍ତି
କ୍ଷେତ୍ରରେ ନିର୍ମମ ହୋଇ ଛଟେଇ
କରିବା,
କାରଣ
ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା
ଶ୍ରମିକମାନଙ୍କୁ ଦରକାର କରେନାହିଁ
। ଗରିବ ଦେଶରେ ଆଧୁନିକ ଓ ଅତ୍ୟାଧୁନିକ
ପ୍ରଯୁକ୍ତିବିଦ୍ୟାର ପ୍ରଚଳନ
ବଢ଼ାଇବାକୁ ହେଲେ ସେଥିପାଇଁ
ଉପରୋକ୍ତ ମୂଲ୍ୟ ଦେବାକୁ ପଡ଼ିବ
। ଆପଣ ପ୍ରସ୍ତୁତ ତ?
ଯେଉଁମାନେ
ମୂଲ୍ୟ ଦେବାପାଇଁ କୁଣ୍ଠାବୋଧ
କରିବେ,
ସେମାନେ
ସ୍ପଷ୍ଟ ଭାବରେ ଜାଣିଯିବା ଉଚିତ
ଯେ ଆମେ ଯାହାକୁ ଆଧୁନିକ ବା
ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା
ବୋଲି କହୁଛୁ,
ତାହାର
ଏକ ସାମ୍ରାଜ୍ୟବାଦୀ ଚରିତ୍ର
ରହିଛି । କେଉଁଠାରେ ଓ କେଉଁ
ଅବସ୍ଥାରେ ପ୍ରଯୁକ୍ତିବିଦ୍ୟା
ଓ ଶିଳ୍ପକୁ ଆମେ ସାମ୍ରାଜ୍ୟବାଦୀ
ବୋଲି କହିବା?
ଏହାର
ତିନୋଟି ଲକ୍ଷଣ ଅଛି:
ପ୍ରଥମ, ସାମ୍ରାଜ୍ୟବାଦୀ
ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକ୍ଷେତ୍ର
ଅତି ବିଶାଳ । ଗୋଟିଏ ଛୋଟ ସମାଜ,
କ୍ଷୁଦ୍ର
ଅଞ୍ଚଳ କିମ୍ବା ସୀମିତ ପୁଞ୍ଜି କାରବାରର
ପରିଧି ଭିତରେ ଏହାକୁ କାର୍ଯ୍ୟକାରୀ
କରାଇଲେ ଲାଭଦାୟକ ହେବନାହିଁ ।
ଏହାର କାର୍ଯ୍ୟକ୍ଷେତ୍ର
ଅନ୍ତଃରାଷ୍ଟ୍ରୀୟ କିମ୍ବା
ବିଶ୍ୱବ୍ୟାପୀ ହୋଇଥାଏ । ଆଧୁନିକ
ଶିଳ୍ପରୁ ଯେଉଁ ପ୍ରଚଣ୍ଡ ଲାଭ
ମିଳୁଥିବାର ସୂଚନା ମିଳେ ଓ ଯେଉଁ
ଲାଭକୁ ନେଇ ଶିଳ୍ପୋନ୍ନତ ଦେଶମାନେ
ସମୃଦ୍ଧ ହେଉଛନ୍ତି,
ତାହା
କେବଳ ଏହି ବିଶାଳ କାର୍ଯ୍ୟ ପରିଧି
ଯୋଗୁଁ ସମ୍ଭବ ହୁଏ । ଜାପାନର ଇଲେକ୍ଟେ୍ରାନିକ ଯନ୍ତ୍ରଗୁଡ଼ିକର
ଉତ୍ପାଦନ,
କିମ୍ବା
ଆମେରିକାର ଫୋଡ କମ୍ପାନୀର
ମୋଟର ଗାଡ଼ି ଉତ୍ପାଦନ ଯଦି କେବଳ ସେହି ଦେଶର ଲୋକଙ୍କ
ପାଇଁ ସେହି ଦେଶ ଭିତରେ ହେବ,
ତାହା ହେଲେ
ଜାପାନ କିମ୍ବା ଆମେରିକା ଶିଳ୍ପ
ସମୃଦ୍ଧ ହୋଇପାରିବ ନାହିଁ ।
ଦ୍ୱିତୀୟ, ଏହାର
ସଞ୍ଚାଳନ କେନ୍ଦ୍ର ବହୁ ସହସ୍ର କିଲୋମିଟର
ଦୂରରେ ଥାଇପାରେ । ମୁଖ୍ୟ ସଞ୍ଚାଳକ
ଓ ମାଲିକମାନଙ୍କର ଶାରୀରିକ
ଉପସ୍ଥିତି ସୁଦୂରବର୍ତ୍ତି ଶାଖାମାନଙ୍କରେ
ଦରକାର ହୁଏନାହିଁ । ଶହେଟି ଶିଳ୍ପ
ପ୍ରତିଷ୍ଠାନ
ପାଇଁ ଗୋଟିଏ ମାଲିକ ଯଥେଷ୍ଟ ।
ଯେଉଁ ପ୍ରଯୁକ୍ତିବିଦ୍ୟା ଦ୍ୱାରା
ଏହା ସମ୍ଭବ ହେଉଛି,
ତାହା
ଶିଳ୍ପରେ ସାମ୍ରାଜ୍ୟବାଦ ସୃଷ୍ଟି
କରୁଛି ।
ତୃତୀୟ, ଚିରକାଳ
ପାଇଁ ଓ ସାରା ବିଶ୍ୱ ପାଇଁ ଗଚ୍ଛିତ
ହୋଇଥିବା ପ୍ରାକୃତିକ ସମ୍ପଦଗୁଡ଼ିକ
କୌଣସି ଏକ ସ୍ଥାନ ବା କାଳ ପାଇଁ
ଏତେ ବେଶୀ ବ୍ୟବହାର କରାଯିବ ଯେ
ଅନ୍ୟାନ୍ୟ ସ୍ଥାନମାନେ ଓ ଭବିଷ୍ୟତ ବଂଶଧରମାନେ ସେଗୁଡ଼ିକର
ଉପଯୋଗରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଯିବେ । ଗୋଟିଏ କ୍ଷମତା ସମ୍ପନ୍ନ
ଦେଶ ନିଜର ପ୍ରାକୃତିକ ସମ୍ପଦକୁ
ବ୍ୟବହାର ନକରି ପ୍ରଯୁକ୍ତି ବିଦ୍ୟା
ବଳରେ ଦୂରଦୂରାନ୍ତର ପ୍ରାକୃତିକ
ସମ୍ପଦମାନଙ୍କୁ ଟାଣିଆଣି ପାରିବ
ଓ ଶେଷୋକ୍ତ ଅଞ୍ଚଳକୁ ରିକ୍ତ କରିଦେଇପାରିବ
। ଆଧୁନିକ ପ୍ରଯୁକ୍ତିବିଦ୍ୟାର
ଏକ ଅପୂର୍ବ ଶକ୍ତି ହେଉଛି
ଜିନିଷଗୁଡ଼ିକୁ ଟାଣିଆଣି ଠୁଳ
କରିଦେବା । କିନ୍ତୁ ଏହା କ’ଣ ଏକ
ମଙ୍ଗଳକାରୀ ଶକ୍ତି?
ରାଉରକେଲା
ଆଳିକ ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ବୈଜ୍ଞାନିକ ରାଜେଶ
ସିହ୍ନା କହନ୍ତି ଯେ ପାରମ୍ପରିକ
କୃଷି ଛଡ଼ା ଅନ୍ୟ କୌଣସି ପ୍ରଯୁକ୍ତି
ବିଦ୍ୟା ନାହିଁ ଯାହା ମୌଳିକ
ସମ୍ପଦର ସୃଷ୍ଟି କରିପାରେ ବା
ତାହାକୁ ବହୁଗୁଣିତ କରିପାରେ । ମୌଳିକ
ପଦାର୍ଥଗୁଡ଼ିକୁ ଏକତ୍ରିତ କରି
ତହିଁରୁ ଯାହା ବି ତିଆରି ହୁଏ,
ଏହି
ନିର୍ମାଣ ପ୍ରକ୍ରିୟାରେ ମୌଳିକ
ପଦାର୍ଥଗୁଡ଼ିକର ବହୁତ ଅଂଶ ନଷ୍ଟ
ହୋଇଯାଏ । ଏହିପରି ଭାବରେ ଆଧୁନିକ
ପ୍ରଯୁକ୍ତି ବିଦ୍ୟା ପୃଥିବୀର
ପ୍ରାକୃତିକ ସମ୍ପଦର ଲୋପ ହେବାରେ
ସାହାଯ୍ୟ କରେ । ଆଧୁନିକ ପ୍ରଯୁକ୍ତି
ବିଦ୍ୟା ଏକତ୍ରୀକରଣର କାର୍ଯ୍ୟରେ
ଲାଗିଯାଏ ଓ ତାହାର ଗତି ଏତେ ତୀବ୍ର
ହୁଏ ଯେ,
ଯାନ୍ତ୍ରିକ
ଗତିର ବେଗ ଯେ ଅତ୍ୟନ୍ତ ଚମତ୍କାର
ଏଥିରେ ଦ୍ୱିମତ ହେବାର କିଛି ନାହିଁ
। କିନ୍ତୁ ସମୟ ଓ ଦୂରତାକୁ ଆଧୁନିକ
ମଣିଷ ଜୟ କରିଛି ବୋଲି କହିବା ଏକ
ମିଥ୍ୟା ଆସ୍ଫାଳନ । ଆଧୁନିକ
ବୋଲାଉଥିବା ଭଦ୍ରଲୋକମାନେ ତାଙ୍କ
ନିଜ ଜୀବନକୁ ଅନୁଧ୍ୟାନ କରି
କହନ୍ତୁ ଦେଖି ।
No comments:
Post a Comment