Saturday, October 08, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୭



ଗଜେନ୍ଦ୍ର ମୋକ୍ଷର ଚିତ୍ର (୧୯୧୦ ଦଶକ)
ପୁନାର ଚିତ୍ରଶାଳା ପ୍ରେସ୍ ଦ୍ୱାରା ପ୍ରକାଶିତ

ଆପଣା ଆପଣା ଜ୍ଞାନ କର୍ମ ଅନୁସାରେ
ବାର ବାର ଲଭେ ଜୀବ ଜନ୍ମ ଯୋନିଦ୍ୱାରେ ।

ଆଉ ଥୋକେ ଜୀବ ପୁଣି ଜ୍ଞାନ-କର୍ମ-ଫଳେ
ଉଦ୍ଭିଦ ସ୍ଥାବର ରୂପେ ଉପୁଜେ ଭୂତଳେ ।

ନୁହେଁ ଯେତେ ଦିନ ଯାଏ ସର୍ବ କର୍ମକ୍ଷୟ 
ନୁହେଁ ଯେତେ ଦିନ ବ୍ରହ୍ମଜ୍ଞାନ ସମୁଦୟ,

ଭ୍ରମେ ଜୀବ ଏହିପରି ଯୋନି ଶତ ଶତ
ପୂର୍ଣ୍ଣଜ୍ଞାନେ ହୁଏ ଶେଷେ ବନ୍ଧନ ମୁକତ । (ନ.ଉ. ୨।୨।୩୧)

No comments:

Post a Comment