ଦକ୍ଷିଣ ଆଫ୍ରିକୀୟ କବି - ମେଗାନ ହଲ (୧୯୭୨ - )
![]() |
ଦକ୍ଷିଣ ଆଫ୍ରିକାର ଚିତ୍ରିତ ଘର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ମେଗାନ ହଲ ଙ୍କର ଜନ୍ମ
ଓ ଶିକ୍ଷା ଉଭୟ
ଦକ୍ଷିଣ ଆଫ୍ରିକାର କେପ ଟାଉନ ନଗରରେ । ୧୯୯୫ ମସିହାରୁ ସେ ପ୍ରକାଶନ
ଶିଳ୍ପରେ କାମ କରିଆସିଛନ୍ତି ।
ବର୍ତ୍ତମାନ ଅକ୍ସଫୋର୍ଡ ୟୁନିଭର୍ସିଟି
ପ୍ରେସ ର ଦକ୍ଷିଣ ଆଫ୍ରିକା ଶାଖାରେ
କାର୍ଯ୍ୟରତ ଅଛନ୍ତି । ତାଙ୍କର
ପ୍ରଥମ କବିତା ସଙ୍କଳନ ‘ଫୋର୍ଥ ଚାଇଲ୍ଡ’ -
‘ଚତୁର୍ଥ
ସନ୍ତାନ’ ନିମନ୍ତେ ସେ ୨୦୦୮
ମସିହାର ସମ୍ମାନଜନକ ଇନଗ୍ରିଡ଼ ଜଙ୍କର ପୁରସ୍କାର ଲାଭ କରିଛନ୍ତି
।
ଭଲ
ପାଇବା ଏକ ଅଭ୍ୟାସ
ଭଲ
ପାଇବା ଏକ ଅଭ୍ୟାସ ;
ଦାନ୍ତ
ଘଷା କିମ୍ବା ଗାଧୁଆଘର ସଫା କଲା
ପରି ।
ଏବଂ
ପ୍ରେମ ଯଦି ଏକ ଅଭ୍ୟାସ ହୁଏ,
ତାହା
ହେଲେ ଶୋକ ବି
କଅଣ
ଆଉ
ଗୋଟେ ଅଭ୍ୟାସ ମାତର ?
ତୁମ
ପାଇଁ ମୋର ପ୍ରେମ ଓ ଶୋକର ଅଭ୍ୟାସକୁ
କେଉଁ
କା’ ମେଣ୍ଟାଇବ କୁହ ?
ଯେଉଁ
ଅଭ୍ୟାସ ଜମିଅଛି
ଧିରେ
ଧିରେ
ସଘନ
ସରଳ ଆଉ ପାଉଁଶିଆ,
ଦାମିକା
ଓ ଅଳଙ୍କରଣରେ ଉଦୁଉଦୁଉଦିଆ
ଏକ
ମୁକ୍ତାର ଉପମାର ସହ ।
ଅଥବା
ସେ
ଅଭ୍ୟାସ ମାହୋଗାନୀ କାଠର ଖାଇବା
ଟେବୁଲୁର
ଚକମକ ପାଲିସିର ରଙ୍ଗ
ପରି ;
ପାଚିଛି
ଯେ ଘଣ୍ଟା ଘଣ୍ଟା ଘଷା ମଜା ସହି
ସହି ।
ପିଲାଟେ
ଉକୁଟି ଆସିଲା ସମ ଗର୍ଭରେ
କୋଷ
ପରେ କୋଷ ରହି ରହି ।
ମାତ୍ର
ଗର୍ଭ ବଢ଼େ ବିଭାଜନେ,
ଯୋଗ
ଦ୍ୱାରା ନୁହେଁ ।
ଏକଇ
କୋଷ ହିଁ ଫାଟେ ନିୟୁତ ଅଂଶରେ;
ଆଉ
ହଠାତ ଦେଖିଲା ବେଳକୁ
ହାତରେ
ବାଜେ ପିଲାର ଗୋଇଠା
ଆଉ,
କାନକୁ
ଶୁଭେ ଦୁକୁଦୁକି ଛଅ ମାସ ପରେ ।
ଭଲ
ପାଇବା ଏକ ଅଭ୍ୟାସ
ଠିକ
ତୁମେ
ଦେଇଥିବା
ପ୍ରିୟତମ ଶୋକ ପରି।
କିନ୍ତୁ
ମୁଁ ଚାହେଁ ତୁମେ ହୁଅ
ମୋର
ଇପ୍ସିତ ସପ୍ତରଙ୍ଗୀ ମୀନ;
ଆଉ
ତୁମ ପାଇଁ ମୋର ଶୋକ
ହେଉ
ଏକ ମସ୍ତବଡ଼ ଜାଲ ଛିଦ୍ରହୀନ।
ତୁମ
ବିନା ପ୍ରଥମ ରବିବାର ଭୋଦୁଅ ସକାଳ
ଲାଗେ
ଥଣ୍ଡା ଆଉ ଖାଲି;
ପ୍ରେମର
ଅଭ୍ୟାସ ପାଇଁ ଯନ୍ତ୍ର ନଥିବାରୁ
ଫୁଟିବେ
ଫୁଟିବେ ବୋଲି ରହିଯାନ୍ତି,
ଲକ୍ଷାଧିକ
ମଲ୍ଲି।
ମଞ୍ଜି
ମୋ
ଛାତିର ଗୁମ୍ଫାର ଭିତରେ
ଗୋଟିଏ
ମଞ୍ଜି।
ତୁମେ
ମୋ ଛାତିକୁ ଯେତେ କେଞ୍ଚଲେ ମଧ୍ୟ
ସେ
ରହିବ ଯେଉଁଠି,
ସେଇଠି।
ଫୁଲ
ହୋଇ ଫୁଟିବ ସେ କେଉଁ
ଅନାଗତ
ଦିବସରେ ।
ଉପଯୁକ୍ତ
ଖାଦ, ପାଣି
ପାଇ;
ଚେର
ତା’ର ଲମ୍ବେଇଯିବ;
ତା’ର
ସ୍ୱପ୍ନସବୁ ଫୁଲ ହୋଇ ଫୁଟିବେ;
ଆଉ
ମୋ ଚମ ସାରା ବ୍ୟାପିଯିବ ବିଷାକ୍ତ
ତା ଛାଇ।
ଝିଅଠାରୁ
ମା’ର
ଆଉ
କିଏ ଅଧିକ ଆତ୍ମୀୟ?
ଏକ
ଲିଙ୍ଗ,
ଅଧା
ସାଧାରଣ ଆନୁବଂଶିକତା,
ଆଉ
ଏକା ଦେଖାଯିବା ଲାଗି ଅନେକ ଅପେକ୍ଷା
।
ମାତ୍ର
ମୁଁ କେତେ ମୋ ମା’ ଭଳି?
ଆତ୍ମହନ୍ତା,
ସେକ୍ରେଟାରୀ,
ନାଚିବା
ପାଇଁ ଯିଏ
ଥିଲା ନିର୍ଘାତ ପାଗେଳୀ।
ହେଲେ
କେମିତି କରିବି ମନା
ଏ
ଉତ୍ତରାଧିକାରେ?
କେମିତି
କରିବି ମନା
ଏ
ବାଳୁଙ୍ଗା ଲତାକୁ?
ମା’ର
ସ୍ୱପ୍ନର ଭବିଷ୍ୟତରେ ଫାଟୁଥିବା
ପାଗଳ
ଫୁଲଙ୍କୁ?
କିନ୍ତୁ
ଏହି ଫୁଲ ଫୁଟେ ସବୁ ଆଡ଼େ,
ଆଉ
ଫଳ ବନେ ସପ୍ତାହାନ୍ତେ ଲଜ୍ଜାର
ଖୁଆଡ଼େ ।
ଆମେ
ସବୁ କଞ୍ଚା ଫଳ ତୋଳୁ ନିର୍ଲ୍ଲଜ
ଭାବରେ ।
ପବିତ୍ର
କୃତଘ୍ନତାର ସହ ପ୍ରାର୍ଥନା ବି
କରୁ,
କି
ମଞ୍ଜିସବୁ ଶାନ୍ତି ଲଭୁ ବସନ୍ତ-ଶବରେ।
ବି.ଦ୍ର. ଏହି ଦୁଇଟି କବିତା ଦୈନିକ ସଞ୍ଚାରର ସାହିତ୍ୟ ପୃଷ୍ଠାରେ ୦୯ ଅକ୍ଟୋବର ୨୦୧୬ରେ ପ୍ରକାଶିତ ହୋଇଥିଲା ।
No comments:
Post a Comment