Wednesday, October 26, 2016

ଭାରତୀୟ ଜାତୀୟ ଆନ୍ଦୋଳନର ଏକ ଗୀତ


(ଆଇ.ପି.ଟି.ଏ. ର ଏକ ଗୀତର ଓଡ଼ିଆ ଅନୁବାଦ)


ଭାରତୀୟ ଜାତୀୟ କଙ୍ଗ୍ରେସର ପ୍ରଥମ ଅଧିବେଶନର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରକତର ଦିନ ଭୁଲନାରେ ବନ୍ଧୁ ରକତର ଦିନ ଭୁଲନା
ଆନନ୍ଦ ଦିବସେ ଆମ ପାଇଁ ଲୁହ ବୁନ୍ଦାଏ ଢ଼ାଳିବା ଭୁଲନା ।

ବ୍ୟାଧ ଯେ ତୋଳିଛି ପ୍ରତି ବୃନ୍ତରୁ ପୁଷ୍ପକଳିକା ଆଜି
ରୂଦ୍ୟାନରେ କୁସୁମର ଚାରା ପୋତିବା ଆଜି ଯେ ଭୁଲନା ।

ଜାଲିୱାନାବାଗଠାରେ ଗୁଳି ଖାଇ ଶୋଇ ଯେ ପଡ଼ିଛୁ ଆମେ
ନିଃସଙ୍ଗ ଏହି କବରରେ ବନ୍ଧୁ ପ୍ରଦୀପ ଜାଳିବା ଭୁଲନା ।

ହିନ୍ଦୁ ଆଉ ମୁସଲମାନର ରକତ ବହୁଛି ଆଜି
ଶୋଣିତନଦୀରେ ପୋଷାକ ତୁମର ଧୋଇବାକୁ ସାଙ୍ଗ ଭୁଲନା ।

କିଏଯେ ସଢୁଛି କଏଦରେ କିଏ ଶୋଇଛି ସମାଧି ଭିତରେ
ସଙ୍ଗାତମାନଙ୍କ ପାଇଁ ମୋର ମିତ ଲୁହ ଢାଳିବାକୁ ଭୁଲନା ।

No comments:

Post a Comment