Tuesday, October 04, 2016

କେଉଁଝରର ଧୁଡ଼ୁକି ଗୀତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଧୁଡ଼ୁକି ଦଉଡ଼ି ରଶି
ପାଣି କାଢ଼ୁଥିବେ ବାଉରାଣୀ ଝିଅ
ଯୋଡ଼ି ନନ୍ଦ ଦିହେ ବସି ।

ଧି ଧି କରି ଧିକିରି ଧିକିରି 
ମେଘ ଉଠେଇଲା ରାମ ସୋରିଆରେ 
ବିଜୁଳି କଢ଼ାଏ ବାଟ 
କେଉଁ ରାଇଜରେ ମାରିଚ ଗୋଠରେ
ଦିଶୁନାହିଁ ହିଡ଼ ବାଟ ।

ଛତାରେ ବାନ୍ଧି ବଇଁଶୀ 
ଦୂର ବାଟ ବୋଲି ଭାଇ ବସିଚିରେ ତଇଳାମାନେ ମଇଁଷି ।

ଗାଆଁକୁ ଆସିଲେ ନୂଆ ଅମୀନ ଲୋ
ମାରି ଦେଇଗଲେ ଡ଼ାବ 
ଯାତରା ଦେଖାଇ ନବ ।

ଗାଈ ନାଆଁ ଦେଲି ଗୁଆ
ଗୁଆ ଆଉ ଦିନ ଯିବେ  ବିସିକି ଲୋ
ଘରେ ବୁଲୁନାହିଁ ଖୁଆ ।

ବଉଳ ଗଛର ଛେଲି
କାଟପାଣି କରି ଘଇତା କଲି,
ମାଡ଼ ଖାଇ କାଇ ମଲି ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

No comments:

Post a Comment