Saturday, October 01, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୪



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଗୃହ ତେଜି ଗୃହସ୍ୱାମୀ ହୋଇଲେ ଅନ୍ତର 
ପଳାନ୍ତି ସେବକେ କିଏ କାହିଁ ଛାଡ଼ି ଘର ।

ସୁନା ଘର ହୋଇଯାଏ ଚୂନା ସେହିକ୍ଷଣେ
ମୋ'ର ବୋଲି କହିବାକୁ ରହେ ନାହିଁ ଜଣେ ।

ଛାଡ଼ିଗଲେ ଦେହ ତଥା ଦେହ ଅଧୀଶ୍ୱର 
କିଏ ଏଥି ରହେ ବାକି ଜଗିବାକୁ ଘର ?

ସ୍ୱାମୀ ଥିଲାବେଳେ ଯେହୁ ଥାଆନ୍ତି ଗରବେ 
ସ୍ୱାମୀ ଗଲେ ପଛେ ପଛେ ଯା'ନ୍ତି ସେ ସରବେ ।

ମନ ପ୍ରାଣ ଇନ୍ଦ୍ରିୟାଦି ନ ରହନ୍ତି କେହି 
ଗଲେ ଯେହୁ, ସେହି ଆତ୍ମା ସେହି ଏକା ଦେହୀ । (ନ.ଉ. ୨।୨।୩୦) 

No comments:

Post a Comment