Monday, October 03, 2016

ପାଳଙ୍ଗ ଶାଗ ତିଅଣ


ଫଟୋ କ୍ରେଡ଼ିଟ - ୱିକିମି଼ଡ଼ିଆ କମନ୍ସ୍ 

ସାମଗ୍ରୀ - ଦୁଇ ବଡ଼ ବିଡ଼ା ପାଳଙ୍ଗ ଶାଗ, ଏକ କପ ଚୋପାଛଡ଼ା ଗୋଟା ବିରି, ଦୁଇଟି ମଝିଆଳିଆ ପିଆଜ, ତିନିଟି କଞ୍ଚାଲଙ୍କା, ଦୁଇ ଇଞ୍ଚ ଲମ୍ବା ଅଦା ଖଣ୍ଡେ, ଦୁଇଟି ମଝିଆଳିଆ ବିଲାତି ଆଳୁ, ଗୁଆ ଘିଅ ଏକ ଟେବୁଲ ଚାମଚ, ଏକ ଟେବୁଲ ଚାମଚ ଜୀରା, ଏକ ଚାହା ଚାମଚ ଗୋଟା ସୋରିଷ, ଅଧ ଚାହା ଚାମଚ ହେଙ୍ଗୁ, ଲୁଣ ସୁଆଦ ଅନୁସାରେ ।

ପ୍ରଣାଳୀ - ଶାଗକୁ ବାଛି ଦିଅନ୍ତୁ । ମୂଳଗୁଡ଼ିକୁ କାଟି ବାହାର କରନ୍ତୁ । ଏହା ପରେ ଶାଗକୁ ଭଲ କରି ଧୋଇଦିଅନ୍ତୁ ଓ ତାହା ପରେ କାଟି ଦିଅନ୍ତୁ । ଆଳୁ, ପିଆଜ ଓ ଅଦାକୁ ଚୋପା ଛଡ଼ାଇ, ଚୁନାଚୁନା କରି କାଟି ରଖନ୍ତୁ । କଞ୍ଚା ଲଙ୍କାକୁ ଛୋଟଛୋଟ କରି କାଟି ରଖନ୍ତୁ । ବିରିକୁ ଖାଲି କରେଇରେ ଶୁଖିଲାରେ ମଝି ଆଞ୍ଚରେ ଭାଜନ୍ତୁ । ଏହି ଖରଡ଼ା ବିରିକୁ ମିକ୍ସିରେ ଚିକ୍କଣ କରି ଚୁନା କରି ଦିଅନ୍ତୁ ।

କରେଇରେ ଦୁଇ କପ ପାଣି ଦେଇ ଫୁଟାନ୍ତୁ । ପାଣି ଫୁଟି ଗଲେ ଆଞ୍ଚ କମାଇ ଦିଅନ୍ତୁ । ଧିମା ଆଞ୍ଚରେ କଟା ଶାଗ ଓ ପିଆଜ ପକାଇ ଦଶ ମିନିଟି ଫୁଟାନ୍ତୁ । ଶାଗ ସିଝିଗଲେ ସେଥିରେ ବିରିଚୁନା ପକାନ୍ତୁ । ଭଲ କରି ଘାଣ୍ଟନ୍ତୁ । ଏତିକିବେଳେ ଲୁଣ ଦିଅନ୍ତୁ ।  ଶାଗରେ ପାଣି ଜୁକୁଜୁକୁ ହୋଇ ରହିବ । 

ଆଉ ଗୋଟିଏ ଛୋଟ କରେଇରେ ଗୁଆ ଘିଅ ପକାଇ ଗରମ କରନ୍ତୁ । ତେଲ ଗରମ ହେଲେ ଆଞ୍ଚ କମାଇ ଦିଅନ୍ତୁ । ସେଥିରେ ପ୍ରଥମେ ଜୀରା ପକାନ୍ତୁ । ତାହା ପରେ ସୋରିଷ ପକାଇବେ । ଜୀରା ଓ ସୋରିଷ ଫୁଟି ଗଲା  ପରେ ସେଥିରେ କଟା ଲଙ୍କା, ପିଆଜ ଓ ଅଦା ପକାଇ ତିନି ମିନିଟି ଭାଜନ୍ତୁ । ଭାଜି ହୋଇଗଲେ ସେଥିରେ ହେଙ୍ଗୁ ପକାନ୍ତୁ । ପିଆଜ ବାଦାମି ହୋଇଗଲେ ଶାଗ ପକାଇ ଘାଣ୍ଟନ୍ତୁ । ପାଳଙ୍ଗ ଶାଗ ତିଆରି ହୋଇଗଲା ।

No comments:

Post a Comment