କିଛି ଆଲୋକଚିତ୍ର - ୧
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଏହି ଫଟୋଟି 'ଭିଉ ଫ୍ରମ ଦ ୱିଣ୍ଡୋ ଆଟ ଲ ଗ୍ରାସ' (ଲ ଗ୍ରାସରେ ବାତାୟନର ଦୃଶ୍ୟ) ନାମରେ ଜଣାଶୁଣା । ଏହା ପୃଥିବୀର ପ୍ରଥମ ଆଲୋକଚିତ୍ର । ଚିତ୍ରୋତ୍ତଳକ ହେଲେ ନିସେଫାର ନିଏପ୍ସ୍ (୧୭୬୫ - ୧୮୩୩) । ଫରାସୀ ଦେଶର ଲୋକ । ଆଲୋକ ଚିତ୍ରୋତ୍ତଳନର ଜନକ ଭାବରେ ଜଣାଶୁଣା । ବିଶ୍ୱର ପ୍ରଥମ ଆନ୍ତରୀଣ ଦହନ ଯନ୍ତ୍ର (ଇଣ୍ଟର୍ନାଲ କମ୍ବସନ ଇଞ୍ଜିନ)ର ସହ-ଉଦ୍ଭାବକ ଭାବରେ ମଧ୍ୟ ସେ ପ୍ରସିଦ୍ଧ । 'ଲ ଗ୍ରାସରେ ବାତାୟନର ଦୃଶ୍ୟ ହିଲିଓଗ୍ରାଫୀ ପଦ୍ଧତିରେ ଉତ୍ତୋଳିତ ହୋଇଥିଲା ।
No comments:
Post a Comment