ଇଣ୍ଟର୍ନେଟ୍ ଓ ବଳଦଗାଡ଼ି ବିରୁଦ୍ଧରେ ଏକ ଘୋଷଣାପତ୍ର - ୭
କିଶନ ପଟ୍ଟନାୟକ
କପିରାଇଟ - ବାଣିମଞ୍ଜରୀ ଦାସ
![]() |
ଚାଷ ଜମିର ସାମୁହିକିକରଣ ପାଇଁ ଜାରୀ ଏକ ପୋଷ୍ଟର ତାସକେଣ୍ଟ, ଉଜବେକିସ୍ଥାନ, ୧୯୩୩ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯଦି
ଗୁରୁତର ଭାବରେ କେହି ଏହାର
କାରଣଗୁଡ଼ିକୁ ଖୋଜିବେ,
ତାହେଲେ
ପ୍ରଯୁକ୍ତିବିଦ୍ୟା ଗୋଟିଏ ପ୍ରଧାନ
କାରଣ ବୋଲି ଜଣାପଡ଼ିବ । ଯେଉଁ
ପ୍ରଯୁକ୍ତି ବିଦ୍ୟାକୁ ସାମ୍ରାଜ୍ୟବାଦୀ
ଦେଶମାନେ ତାଙ୍କର ପୁଞ୍ଜିବାଦୀ
ସମାଜକୁ ଓ ବୁର୍ଜୁଆ ଶ୍ରେଣୀକୁ
ଐଶ୍ୱର୍ଯ୍ୟଶାଳୀ କରାଇବା ପାଇଁ
ବିକଶିତ କଲେ ଓ ବ୍ୟବହାର କଲେ,
ସେହି
ପ୍ରଯୁକ୍ତିବିଦ୍ୟାକୁ ଧରି ସୋଭିଏତ୍
ଋଷର କମ୍ୟୁନିଷ୍ଟମାନେ ଏକ
ସମୃଦ୍ଧ ସାମ୍ୟବାଦୀ ସମାଜ ଗଠନ
କରିବାର ଲକ୍ଷ୍ୟ ଧାର୍ଯ୍ୟ କଲେ
। ଏଥିପାଇଁ ପରିସ୍ଥିତି ଅନୁକୁଳ
ନଥିଲା । ତେଣୁ ଏକଛତ୍ରବାଦୀ ଶାସନର
ଦରକାର ହେଲା । ବିପ୍ଳବରେ ମିଳିଥିବା
ବିଜୟର ଉତ୍ସାହକୁ ଦ୍ୱିଗୁଣିତ
କରି ସେମାନେ ସୋଭିଏତ ଋଷକୁ ପୃଥିବୀର ସର୍ବାଧିକ ଶିଳ୍ପୋନ୍ନତ
ଦେଶ ରୂପେ ଗଢ଼ିବାର ସଂକଳ୍ପ କଲେ
। ଅଳ୍ପ ସମୟ ଭିତରେ ସେମାନେ ଯୁଦ୍ଧର
ପ୍ରଯୁକ୍ତିବିଦ୍ୟାରେ ଆମେରିକାର
ସମକକ୍ଷ ହୋଇଗଲେ । କିନ୍ତୁ ପରେ
ପରେ ସେମାନଙ୍କର କାମର ଦୃଢ଼ତା
କମି ଆସିଲା ।
କାରଣ ଆଧୁନିକତମ
ପ୍ରଯୁକ୍ତିବିଦ୍ୟାକୁ ନିରନ୍ତର
ଅଧିକ କ୍ଷମତାଶୀଳ କରିବା ନିମନ୍ତେ
ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ ଅନୁସନ୍ଧାନ
କାର୍ଯ୍ୟରେ ଅମାପ ପରିମାଣର ଅର୍ଥ
ଆବଶ୍ୟକ । ଏତେ ପୁଞ୍ଜି ସାମ୍ୟବାଦୀ
ଦେଶମାନେ ଆଣିବେ କେଉଁଠୁ ?
ଯୁଦ୍ଧ
ଓ ପ୍ରତିରକ୍ଷାର ଶିଳ୍ପ ଗୁଡ଼ିକରେ
ଅତ୍ୟଧିକ ପୁଞ୍ଜି ଲଗାଇ ଦେବାପରେ
ଜୀବନ ଉପଯୋଗୀ ଶିଳ୍ପମାନଙ୍କରେ
ଲଗାଇବା ପାଇଁ ସେମାନଙ୍କର ପୁଞ୍ଜି
ନଥିଲା । ଆଧୁନିକ ଶିଳ୍ପର ସର୍ବାଙ୍ଗୀନ
ଓ ତୀବ୍ର ବିକାଶ ପାଇଁ ଶସ୍ତା
ଶ୍ରମ,
କଞ୍ଚାମାଲ
ଓ ବଜାର ଯୋଗାଉଥିବା ଏକ ବିଶାଳ
ଔପନିବେଶିକ ଭୂଖଣ୍ଡ ଦରକାର ।
ତାହା ସେମାନଙ୍କର ନଥିଲା ।
ପୂର୍ବ
ୟୁରୋପର କମ୍ୟୁନିଷ୍ଟ ଦେଶମାନଙ୍କୁ
ଉପନିବେଶ କରିବାର ଚେଷ୍ଟା ମଧ୍ୟ
ବିଫଳ ହେଲା । କାରଣ ସେମାନେ
ପ୍ରତିରୋଧ କଲେ । ପରିଣାମ ହେଲା
ଯେ ଏତେ ବଡ଼ ସୋଭିଏତ ସଙ୍ଘ ଭିତରେ
କେବଳ ମସ୍କୋ ଓ ଲେନିନଗ୍ରାଡ଼
ଭଳି ସହରର ଆଖପାଖରେ ଆଧୁନିକ
ସମୃଦ୍ଧିର ଦ୍ୱୀପମାନ ତିଆରି
ହେଲା । କିନ୍ତୁ ନଗର ଓ ଗ୍ରାମ
ମଧ୍ୟରେ ପ୍ରଭେଦ ବଢ଼ିଗଲା । ଗୋରା
ଚମଡ଼ାର ୟୁରୋପୀୟ ବଂଶର ଲୋକମାନେ
ବାସ କରୁଥିବା ଅଞ୍ଚଳ ତୁଳନାରେ ଏସୀୟ
ବଂଶର ଲୋକେ ବାସ କରୁଥିବା
ଗଣରାଜ୍ୟମାନଙ୍କରେ ଆଧୁନିକ
ଶିଳ୍ପର ପ୍ରଗତି ବହୁତ ନଗଣ୍ୟ
ମାତ୍ରାରେ ହେଲା । ପୂର୍ବ ୟୁରୋପର ଦେଶମାନେ ଓ ଏସୀୟ ଗଣରାଜ୍ୟମାନେ
ଅନୁଭବ କଲେ ଯେ ସେମାନଙ୍କୁ ଉପନିବେଶ
ଭଳି ବ୍ୟବହାର କରାଯାଉଛି । ତେଣୁ
ଗୋଟିଏ ପରେ ଗୋଟିଏ ଅଞ୍ଚଳ ବିଦ୍ରୋହ
କରି ବିଚ୍ଛିନ୍ନ ହେବାକୁ ଚାହିଁଲା
।
କମ୍ୟୁନିଷ୍ଟ ପାର୍ଟିର
ଏକଛତ୍ରବାଦୀ ଶାସନ ତଳେ ଶ୍ରେଣୀଗତ
ବୈଷମ୍ୟକୁ ବହୁ ପରିମାଣରେ
ନିୟନ୍ତ୍ରିତ କରାଯାଇଥିଲା ।
କିନ୍ତୁ ଆଞ୍ଚଳିକ ବୈଷମ୍ୟ ଆଧୁନିକ
ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟାର
ପ୍ରତ୍ୟକ୍ଷ ପରିଣାମ ଥିଲା ।
ଷ୍ଟାଲିନଙ୍କ ଶାସନ ଆରମ୍ଭରେ
ହିଁ କୃଷି କ୍ଷେତ୍ରରେ ଆଧୁନିକ
ବୈଜ୍ଞାନିକ କୌଶଳକୁ ପ୍ରବେଶ
କରାଇବାର ଯଜ୍ଞରେ ତିରିଶଲକ୍ଷ
କୃଷକଙ୍କ ଜୀବନର ଆହୁତି ଦିଆଯାଇଥିଲା
। ସୋଭିଏତ୍ ଋଷର ସ୍ଥାପନା ସମୟରେ
ବହୁ ନିୟୁତ ସଂଖ୍ୟକ ଛୋଟ ଓ ମଧ୍ୟମ
ଧରଣର ଚାଷୀ ଥିଲେ । ଜମିଦାରମାନଙ୍କର
ଆଧିପତ୍ୟରୁ ମୁକ୍ତ ହେବା ଉଦ୍ଦେୃଶ୍ୟରେ
ସେମାନେ କମ୍ୟୁନିଷ୍ଟ ବିପ୍ଳବର
ସହଯୋଗୀ ହୋଇଥିଲେ । ସେମାନଙ୍କର
ଭାଗୀଦାରୀ ଫଳରେ ହିଁ ଗ୍ରାମାଞ୍ଚଳମାନଙ୍କରେ
ବିପ୍ଳବର ବିଜୟ ହୋଇପାରିଥିଲା
। କୃଷିରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର
ପୂର୍ଣ୍ଣ ପ୍ରୟୋଗ କରିବା ପାଇଁ
ଷ୍ଟାଲିନ ଯେତେବେଳେ ଚାଷୀମାନଙ୍କଠାରୁ
ଜମି ଛଡ଼ାଇ ସରକାରୀ ଫାର୍ମମାନଙ୍କର
ଗଠନ କରିବସିଲେ ସେତେବେଳେ ଉକ୍ତ କୃଷକମାନେ ଏହାର ପ୍ରବଳ ବିରୋଧ
କରିଥିଲେ ।
ତିରିଶି ଲକ୍ଷ କୃଷକଙ୍କର
ଏହି ଗଣହତ୍ୟା ଏକ ପ୍ରସିଦ୍ଧ
ଐତିହାସିକ ଘଟଣା । ମନେ ରଖିବାକୁ
ହେବ ଯେ ବିଚାର ଦୃଷ୍ଟିରୁ ଷ୍ଟାଲିନ ମୋଟେ ଜନ-ବିରୋଧୀ
ନଥିଲେ । ଲୁଣ୍ଠନକାରୀ ସମ୍ରାଟମାନଙ୍କ
ସାଙ୍ଗରେ ତାଙ୍କର ତୁଳନା ହୋଇପାରିବ
ନାହିଁ । ସାମ୍ୟବାଦୀ ସ୍ପପ୍ନ ଦ୍ୱାରା
ଅନୁପ୍ରାଣିତ ହୋଇ ସେ ଆଧୁନିକ
ବୈଜ୍ଞାନିକ କୌଶଳର ପ୍ରୟୋଗ କରିବା
ପାଇଁ ସଂକଳ୍ପବଦ୍ଧ ଥିଲେ ।
ପ୍ରଯୁକ୍ତିବିଦ୍ୟା ବିଷୟକ
ଭ୍ରାନ୍ତିର ସେ ଶିକାର ହୋଇଥିଲେ
। ଯେତେବେଳେ ସୋଭିଏତ ଋଷର ସମୃଦ୍ଧି
ବଢ଼ି ଚାଲିଥିଲା,
ସେତେବେଳେ
ଆଧୁନିକ ବୈଜ୍ଞାନିକ କୌଶଳକୁ
ଏହାର ଏକ ମୁଖ୍ୟ କାରଣ ବୋଲି
ବିଦ୍ୱାନମାନେ ମତ ଦେଉଥିଲେ ।
କିନ୍ତୁ ତାସର ଘର ପରି ଏହା ଭୁଷୁଡ଼ି
ଯିବା ପରେ ଏହି ବିଫଳତା ପଛରେ
ପ୍ରଯୁକ୍ତିବିଦ୍ୟାର ଭୂମିକା
ଥିଲା କି ନାହିଁ,
ଏହାର
ଚର୍ଚ୍ଚା ହେଉନାହିଁ ।
ତେଣୁ ଏତେ
ବଡ଼ ସଙ୍କଟ ଆସିବା ପରେ ମଧ୍ୟ
କମ୍ୟୁନିଷ୍ଟମାନେ ତାଙ୍କର
ପୂର୍ବ ଧାରଣାଗୁଡ଼ିକୁ ବଦଳାଇ
ନାହାନ୍ତି । ବେଳେ ବେଳେ ମନେହୁଏ
ଯେ ସେମାନେ ସାମ୍ୟବାଦକୁ ଛାଡ଼ିବାକୁ
ପ୍ରସ୍ତୁତ ହେବେ,
କିନ୍ତୁ
ଆଧୁନିକ ପ୍ରଯୁକ୍ତିବିଦ୍ୟାର
ମୋହକୁ ଛାଡ଼ିପାରିବେ ନାହିଁ ।
ଉଦାରୀକରଣ ଓ ଜଗତୀକରଣ ମାଧ୍ୟମରେ
ବିଶ୍ୱ ପୁଞ୍ଜିବାଦର ଅବାଧ ଜୟଯାତ୍ରା
ଦେଖି କମ୍ୟୁନିଷ୍ଟମାନଙ୍କର
ମନ ଛଟପଟ ହେଉଛି ସତ,
କିନ୍ତୁ
ଉତ୍ସାହ ଉଦ୍ଦିପନା ସହ ସେମାନେ
ତାକୁ ବିରୋଧ କରିପାରୁ ନାହାନ୍ତି
। କାରଣ ଉଦାରୀକରଣ ଓ ବହୁରାଷ୍ଟ୍ରୀୟ
କମ୍ପାନୀମାନଙ୍କର ଅନୁପ୍ରବେଶକୁ
ବାଧା ଦେବା ଅର୍ଥ ହେଉଛି ଅତ୍ୟାଧୁନିକ
ପ୍ରଯୁକ୍ତିବିଦ୍ୟାକୁ ଅଟକାଇଦେବା
। ଉଦାରୀକରଣ ଓ ବହୁଦେଶୀୟ କମ୍ପାନୀ
ବ୍ୟତୀତ ଏତେ କମ୍ପ୍ୟୁଟର, ଏତେ
ମୋବାଇଲି ଫୋନ ଭାରତକୁ କିପରି
ଆସିଥାନ୍ତା ?
ଏହି
ତର୍କ ଆଗରେ କମ୍ୟୁନିଷ୍ଟମାନଙ୍କ
ମୁହଁ ବନ୍ଦ ହୋଇଯାଉଛି ।
No comments:
Post a Comment