Monday, October 10, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ମନ୍ତ୍ର ୧୦



ପବନ (ଚତୁର୍ଦ୍ଦଶ ଶତାବ୍ଦୀ)
ମଧ୍ୟଯୁଗୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପାଣ୍ଡୁଲିପି ଟାକୁଇନମ୍ ସାନିଟାଟିସ୍ ରୁ ଆହୃତ  

ଏକା ବାୟୁ ରହିଛି ଯେ ସାରା ବିଶ୍ୱ ଭରି 
ବସ୍ତୁଭେଦେ ଭିନ୍ନରୂପେ ପ୍ରକାଶେ ଯେପରି ।

ସେହିପରି ଆତ୍ମା ଏକ ସର୍ବ ଭୂତାନ୍ତରେ 
ଶରୀର ବିତ୍ତେ ଯେ ଦିଶେ ବିଭିନ୍ନ ରୂପରେ ।

ଆତ୍ମାକୁ ପରଶେ ନାହିଁ ଦେହ ରୂପ ଗୁଣ 
ଆକାଶ ପରାଏ ଆତ୍ମା ଉନ୍ମୁୁକ୍ତ  ଅକ୍ଷୁର୍ଣ୍ଣ । (ନ.ଉ. ୨।୨। ୩୨)

No comments:

Post a Comment