Sunday, April 16, 2017

ବେଲ ପଣା


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
(ସୁଭାସିଷ ପାଣିଗ୍ରାହୀଙ୍କର ଚିତ୍ରୋତ୍ତୋଳନ)

ସାମଗ୍ରୀ : ଗୋଟିଏ ପାକଳ ବେଲ, କୋରା ବା ଛେଚା  ଗୁଡ଼ ୩୦ ଗ୍ରାମ (ବା ଛଅ ଚାହା ଚାମୁଚ), ଅଧ ଚାହା ଚାମଚ ଗୋଲମରିଚ ଗୁଣ୍ଡ, ପାଣି ଦୁଇ ଗିଲାସ, ଦହି ଅଧ ଗିଲାସ ।

ପ୍ରଣାଳୀ : ବେଲଟିକୁ ଭାଙ୍ଗି ତାହାର ମାଂସଳ ଅଂଶକୁ ଏକ ତସଲାରେ ରଖନ୍ତୁ । ଏଥିରେ ଦୁଇ ଗିଲାସ ପାଣି ପକାଇ ଭଲ କରି ଚକଟନ୍ତୁ । ଏହା ପରେ ଏହାକୁ ଛାଣି ଦେଇ ବେଲର ମଞ୍ଜି ଓ କତା ବାହାର କରି ଦିଅନ୍ତୁ । ଏଥି ସହିତ ଦହି ଓ ଗୁଡ଼ ମିଶାଇ ଉତ୍ତମ ଭାବରେ ଫେଣ୍ଟି ଦିଅନ୍ତୁ । ଉପରେ ଗୋଲମରିଚ ଗୁଣ୍ଡ ଛିଞ୍ଚି ଦିଅନ୍ତୁ । ବେଲ ପଣା ତିଆରି ହୋଇଗଲା । 

No comments:

Post a Comment