Sunday, April 16, 2017

ପର୍ବତରେ ଧର୍ମୋପଦେଶ - ୧୩

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


କେନିକଟ ବାଇବେଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏଣୁ ଯେ କେହି ଆମ୍ଭର ଏହି ସମସ୍ତ କଥା ଶୁଣି ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜ୍ଞାନବାନ୍ ଲୋକ ସଙ୍ଗରେ ତୁଳନା କରାଯିବ । ତହୁଁ ବୃଷ୍ଟି ପଡ଼ି ବଢି ଆସି ବାୟୁ ବହି ସେ ଘରକୁ ଲାଗିଲା, ତଥାପି ତାହା ପଡ଼ିଲା ନାହିଁ ; ଯେଣୁ ପାଷାଣ ଉପରେ ତହିଁର ପତ୍ତନ ଥିଲା । ଆଉ ଯେ କେହି ଆମ୍ଭର ଏହି ସମସ୍ତ କଥା ଶୁଣି ନ ପାଳେ, ବାଲୁକା ଉପରେ ଗୃହ ନିର୍ମାଣକାରୀ ଅଜ୍ଞାନ ସଙ୍ଗରେ ତାହାକୁ ତୁଳନା କରାଯିବ । ଯେହେତୁ ବୃଷ୍ଟି ପଡ଼ି ବଢ଼ି ଆସି ବାୟୁ ବହି ସେହି ଘରକୁ ଲାଗିଲା, ଆଉ ତାହା ପଡ଼ିଗଲା ଓ ତାହାର ପତ୍ତନ ଘୋରତର ହେଲା । 

ଯୀଶୁ ଏହିସବୁ କଥା ସମାପ୍ତ କରନ୍ତେ ଲୋକମାନେ ତାହାଙ୍କ ଉପଦେଶରେ ଆଶ୍ଚର୍ଯ୍ୟ ମଣିଲେ । ଯେହେତୁ ସେ ସେମାନଙ୍କର ଅଧ୍ୟାପକମାନଙ୍କ ପରି ଉପଦେଶ ନ ଦେଇ କର୍ତ୍ତା ପରି ସେମାନଙ୍କୁ ଉପଦେଶ ଦେଲେ ।


ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

No comments:

Post a Comment