Monday, April 03, 2017

ମହିମା ଭକ୍ତି କହିତା - 'ଉଠ ଶୂନ୍ୟ ଶିଖରେ'


କବି - ଭୀମ ଭୋଇ 


ଥମାସ  ଡିଗସ୍  (୧୫୪୬? - ୧୫୯୫) କୃତ ବ୍ରହ୍ମାଣ୍ଡର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଉଠ ଶୂନ୍ୟ ଶିଖରେ, ଭେଟ ଅଲେଖପୁରେ
ଖଟ ସେବା ଭଗତି ମୁକତି ହେ । ଘୋଷା ।

ବିଦୁ ଝଟଇ କାନ୍ତି । ଜାଜ୍ୱଲ୍ୟମୟ ଜ୍ୟୋତି ।
ଆବାଲ୍ୟରୂପ ବ୍ରହ୍ମ ମୂରତି ହେ ।୧।

ସଦାକାଳେ ଅତିଥି । ନାହିଁ ଦିବସ ରାତି ।
ଥୟରେ କାହିଁ ନାହିଁ ରହନ୍ତି ହେ ।୨।

ସର୍ବଠାବରେ ଛନ୍ତି । କାହିଁରେ ନ ମିଶନ୍ତି ।
ଚିତ୍ତ ଲଗାଇ କର ପୀରତି ହେ ।୩।

ରଜ ବୀଜ ନୁହନ୍ତି । ପବନେ ନ ଉଡ଼ନ୍ତି ।
ନାହିଁ ବନ୍ଧ ପ୍ରକଟ ବିକୃତି ହେ ।୪।

ଦ୍ୱାଦଶ ଯୁଣ କ୍ଷିତି । ତହିଁର ଦୀର୍ଘ ପ୍ରତି ।
ଚାରି ଯୁଗରେ ବ୍ରହ୍ମ ଖେଳନ୍ତି ହେ ।୫।

ଭଣିଲେ ଭୀମ କ୍ଷିତି । ଗୁରୁ ପୟରେ ମତି ।
ଅଭେଦ ମାର୍ଗେ ବ୍ରହ୍ମ ଦିଶନ୍ତି ହେ ।୬।  

No comments:

Post a Comment